ଇଡିରେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କେଉଁଠୁ ଆସୁଥିଲା ଟଙ୍କା କରିବ ଖୋଳତାଡ଼

ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।

Archana Nag

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଠକେଇ ମାମଲା । ବ୍ଲାକମେଲିଂ ଓ ଅମାପ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନା ନାଗ ଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହେଲେ ।  ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହୋଇଛନ୍ତି । ଉଭୟଙ୍କୁ ଅର୍ଚ୍ଚନାଙ୍କ ଆୟକର ସଂପର୍କରେ ତଥ୍ୟ ମାଗିପାରେ ଇଡି । ଏହାସହ ଖଗେଶ୍ୱରଙ୍କ ପତ୍ନୀ ମଧ୍ୟ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନା ଓ ଖଗେଶ୍ୱରଙ୍କ କଳା ସମ୍ପତ୍ତି ନେଇ ସମସ୍ତଙ୍କୁ ଇଡି ପଚରାଉଚରା କରିପାରେ । ସେମାନଙ୍କର ସମ୍ପତ୍ତି କେତେ ରହିଛି କେଉଁ ଉତ୍ସରୁ ଏତେ ଟଙ୍କା ଆୟ କରୁଥିଲେ, ଯଦି ଏତେ ଟଙ୍କା ଆୟ କରୁଥିଲେ ତେବେ ଆୟକର ଦାଖଲ କରୁଥିଲେ କି ନାହିଁ ଏ ସବୁର ତନାଘନା କରିପାରେ ଇଡି ।

ଅଧିକ ପଢ଼ନ୍ତୁ: ଅର୍ଚ୍ଚନା ନାଗ ମାମଲା: ଆସିଲା ମୋବାଇଲ-ପେନ୍‌ଡ୍ରାଇଭ୍‌ ଯାଞ୍ଚ ରିପୋର୍ଟ, ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ