/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666516648.jpg)
Archana Nag, Jagabandhu Chand
ଝାରପଡା ଜେଲରେ ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ମଧ୍ୟରେ ଭେଟାଭେଟି । ହାଇପ୍ରୋଫାଇଲ୍ ସେକ୍ସ ସ୍କାଣ୍ଡାଲର ଏହି ଚର୍ଚ୍ଚିତ ଦମ୍ପତି ଆଜି ଜେଲ ପରିସରରେ ଥିବା କାର୍ଯ୍ୟାଳୟରେ କଥା ହୋଇଛନ୍ତି । ଦିନ ୧୧ଟା ୫ରୁ ୧୧ଟା ୨୦, ୧୫ ମିନିଟ୍ ଧରି ଉଭୟେ ଦେଖା ହେବା ସହ କଥାବାର୍ତ୍ତା କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭେଟଘାଟ ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ଭାବ ବିହ୍ୱଳ ହୋଇପଡିଥିଲେ । ଏପରିକି ଜଗବନ୍ଧୁକୁ ଦେଖି କାନ୍ଦି ପକାଇଥିଲେ ଅର୍ଚ୍ଚନା । ଜଗବନ୍ଧୁଙ୍କୁ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ପଚାରିବା ସହ ପୁଅ କିପରି ଓ କାହା ପାଖରେ ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ ।
ସେହିପରି ପୋଲିସ୍ ଘରୁ ମୋବାଇଲ, ଡାଏରୀ ଓ ପେନଡ୍ରାଇଭ୍ ନେଇଯାଇଥିବା ଅର୍ଚ୍ଚନାକୁ ଜଣାଇଥିଲେ । ଜଗବନ୍ଧୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ଜେଲ ଅଧିକ୍ଷକ ଓ ଫିମେଲ ୱାର୍ଡର ଉପସ୍ଥିତ ଥିଲେ । ଜେଲ୍ ମାନୁଆଲ ଅନୁଯାୟୀ ସପ୍ତାହକୁ ଗୋଟିଏ ଥର ଉଭୟଙ୍କ ମଧ୍ୟରେ ଦେଖା ହେବାର ବ୍ୟବସ୍ଥା ରହିଥିବା ଗତକାଲି ଜେଲ ଡିଆଇଜି କହିଥିଲେ । ରବିବାର ମାତ୍ର ୧୫ ମିନିଟ୍ ପାଇଁ ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହୋଇପାରିବେ ବୋଲି ସେ କହିଥିଲେ । ଆଜି ଉଭୟଙ୍କ ମଧ୍ୟରେ ଭେଟାଭେଟି ହୋଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)