/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724554127.jpg)
Kolkata Murder Case
ସଂଜୟ ପାଖରୁ ସତ ଉଗାରୁଛି ସିବିଆଇ । କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତକୁ ବଢେଇଛି । ଏହାରି ଭିତରେ ମାମଲାରେ ବଡ଼ ଅପଡେଟ ଭାବେ ଆଜି ସଞ୍ଜୟ ପଲିଗ୍ରାଫ୍ ଅର୍ଥାତ ଲାଇ ଡିଟେକସନ୍ ଟେଷ୍ଟ ହେବ। ଯେଉଁଥି ପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା ସରିଛି ।
CBI, CFSL, କୋଲକାତା ଓ ଦିଲ୍ଲୀର କିଛି ବଛା ବଛା ଡାକ୍ତରଙ୍କୁ ନେଇ ୧୬ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି । ଏହି ପଲିଗ୍ରାଫ୍ ପରେ ଦିନେ କିମ୍ୱା ଦୁଇ ଦିନରେ ମେଡିକାଲ୍ ର ପୂର୍ବତନ ଅଧକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କ ବି ପଲିଗ୍ରାଫ୍ ହେବ । ଏହି ୪ଜଣ ଘଟଣା ଦିନ ରାତିରେ ଡିନର୍ କରିବା ସହ ସେଇ ତୃତୀୟ ମହଲାରେ ଉପସ୍ଥିତ ଥିଲେ । ସେପଟେ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗ ନେଇ ସନ୍ଦୀପ ଘୋଷଙ୍କ ନାଁରେ ଏତଲା ହୋଇଛି ।
ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ ସିବିଆଇ ଏତଲା ଦାୟର କରିଛି । ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ହୋଇଥିବା ବେଳେ ଏତଲା କପି ସିଜେଏମ୍ କୋର୍ଟରେ ଦାଖଲ ହୋଇଛି । ଏହାପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଛି । ତାଙ୍କ କାର୍ଯ୍ୟକାଳ ସମୟରେ କଲେଜରେ ବ୍ୟାପକ ଅର୍ଥନୈତିକ ହେରଫେର ହୋଇଥିବା ଅଭିଯୋଗ ହୋଇଛି ।
କଲେଜର ପୂର୍ବତନ ଉପ-ଅଧିକ୍ଷକ ଅଖତାର ଅଲ୍ଲି ହାଇକୋର୍ଟରେ ଏହି ଅଭିଯୋଗ ଆଣିବା ସହ ଇଡି ଦ୍ୱାରା ତଦନ୍ତ କରାଇବାକୁ ଆବେଦନ କରିଥିଲେ । ମାମଲାର ତଦନ୍ତ ଏସଆଇଟି କରୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଏହା ସିବିଆଇକୁ ହସ୍ତାନ୍ତର ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)