Advertisment

ଗ୍ରହ ଶାନ୍ତି ପ୍ରତିକାର ପାଇଁ ଆସିଲେ, ସୁନା ଚେନ୍ ଝାମ୍ପି ଚମ୍ପଟ ମାରିଲେ କିନ୍ନର

ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଏହାର ପ୍ରତିକାର କଲେ ଶୁଭ ଫଳ ମିଳିବ। ଏଭଳି ପ୍ରବର୍ତ୍ତାଇ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଲୁଟିନେଲେ ଜଣେ କିନ୍ନର।

ଅଦ୍ୟତନ ହୋଇଛି
Transgender Steal Gold Chain In Nuapada

Loot

Advertisment

ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଏହାର ପ୍ରତିକାର କଲେ ଶୁଭ ଫଳ ମିଳିବ। ଏଭଳି ପ୍ରବର୍ତ୍ତାଇ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଲୁଟିନେଲେ ଜଣେ କିନ୍ନର। ଅଭିଯୋଗ ଆସିଛି, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲା ଗାଁରୁ।

Advertisment

ଗାଁର ବ୍ୟବସାୟୀ ରାଜ କୁମାର ଖେମକା ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା, ୩/୪ ଜଣ କିନ୍ନର ଏକ ଧଳା କାରରେ ଆସିଥିଲେ ତାଙ୍କ ଘରକୁ। ଘରେ ଥିବା ମହିଳା ମାନଙ୍କଠାରୁ ଭିକ୍ଷା ବି ମାଗିଥିଲେତେବେ ରାଜକୁମାରଙ୍କ ବଡ଼ ବୋହୂ ସୋନିଆଙ୍କ ଦେହ ଭଲ ରହୁନଥିଲା। ତେଣୁ କିନ୍ନରଙ୍କ କହିବା ମୁତାବକ କିନ୍ନରଙ୍କ ଦ୍ବାରା ପ୍ରତିକାର ପାଇଁ ରାଜି ହେଲେ।

ଅଧିକ ପଢ଼ନ୍ତୁ: ଧରାପଡ଼ିଲେ ଟ୍ବିନ୍ ସିଟି ଚେନ୍ ଲୁଟେରା, ସୁରତରୁ ଆସି ରାଜଧାନୀରେ ଝାମ୍ପୁଥିଲେ ସୁନା ଚେନ୍

Advertisment

ଆଉ କିନ୍ନର ମାନେ ଗୋଟିଏ ଢାଳରେ ପାଣି ମାଗି ବୋହୂକୁ ଛାଡି ସମସ୍ତେ ଘର ଭିତରକୁ ଯିବାକୁ କହିଥିଲେ। ଏହି ସମୟରେ ବୋହୂ ପିନ୍ଧିଥିବା ସୁନା ଚେନକୁ ଛିଣ୍ଡାଇ କାରରେ ଦୁହେଁ ଫେରାର ମାରିଥିବା ଅଭିଯୋଗ କରିଛନ୍ତି ରାଜ୍ କୁମାର। ଏ ସଂପର୍କରେ ପରିବାର ପକ୍ଷରୁ ଖଡ଼ିଆଳ ପୁଲିସରେ ଅଭିଯୋଗ କରିଥିବାବେଳେ CCTV ଫୁଟେଜ ଆଧାରରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

Crime In Odisha Loot Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ