Advertisment

Dalit girl Raped: ଦଳିତ ନାବାଳିକା ଦୁଷ୍କର୍ମ ମାମଲା, ୪୪ ଜଣଙ୍କୁ ଗିରଫ କଲା ପୋଲିସ

କେରଳ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଏକ ନାବାଳିକା ଦୁଷ୍କର୍ମ ମାମଲାରେ ୪୪ ଜଣଙ୍କୁ ଗିରଫ କରିଛି। ସେହିପରି ୧୫ ଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି।

rape case

rape case

Advertisment

କେରଳ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଏକ ନାବାଳିକା ଦୁଷ୍କର୍ମ ମାମଲାରେ ୪୪ ଜଣଙ୍କୁ ଗିରଫ କରିଛି। ସେହିପରି ୧୫ ଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି। ସମୁଦାୟ ୩୦ଟି ଏଫଆଇଆର ରୁଜୁ କରାଯାଇଥିବା ବେଳେ ୫୯ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା କେରଳ ଡିଆଇଜି ଏସ ଅଜିତା ବେଗମ ପ୍ରକାଶ କରିଛନ୍ତି। ୧୫ ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବିଦେଶ ପଳାୟନ କରିଥିବା ବେଳେ ସେମାନଙ୍କ ନାମରେ ରେଡ କର୍ନର ନୋଟିସ ଜାରି କରିବା ପାଇଁ ପୋଲିସ ଯୋଜନା କରୁଥିବା ବେଗମ କହିଛନ୍ତି।

Advertisment

ସେହିପରି ଅନ୍ୟ ୧୩ ଜଣଙ୍କୁ ମଧ୍ୟ ଗିରଫ କରିବାକୁ ଯୋଜନା ଥିବା ପ୍ରକାଶ କରିଛନ୍ତି ବେଗମ। ତଦନ୍ତ ସମ୍ପୂର୍ଣ୍ଣ ହୋଇଥିବା ବେଳେ କୌଣସି ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ବୟସ ୧୮ ବର୍ଷ। ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ସେ ସମୟରେ ୬୨ ଜଣ ବ୍ୟକ୍ତିଙ୍କ ଦ୍ବାରା ଭିନ୍ନ ଭିନ୍ନ ସମୟରେ ଯୌନ ଉତ୍ପୀଡନର ଶିକାର ହୋଇଥିଲେ ନାବାଳିକା। ଘରୋଇ ବସ ଷ୍ଟାଣ୍ଡ, ରବର ଉଦ୍ୟାନ ଓ ପଥନମଥିଟ୍ଟା ହସ୍ପିଟାଲରେ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିଲା।

ଅଧିକ ପଢ଼ନ୍ତୁ: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

ଶିଶୁ ବିକାଶ କମିଟି ପକ୍ଷରୁ ନାବାଳିକାଙ୍କ ଉଦ୍ଧାର କରାଯାଇଥିଲା। ବ୍ୟବହାରରେ ପରିବର୍ତ୍ତନ ଦେଖିବା ପରେ ଶିକ୍ଷକ ମାନଙ୍କ ସନ୍ଦେହ ହେବାରୁ ଏହି ଘଟଣା ସମ୍ମୁଖକୁ ଆସିଥିଲା। ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ପକ୍ଷରୁ ଏକ ଏସଆଇଟି ଗଠନ କରାଯାଇଥିଲା। ଏସପି ପିଏସ ନନ୍ଦକୁମାର ଏସଆଇଟି ଟିମର ନେତୃତ୍ବ ନେଉଥିବା ବେଳେ ଜିଲ୍ଲା ପୋଲିସ ମୁଖ୍ୟ ଭିଜି ବିନୋଦ କୁମାର ସାମିଲ ଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ୩୦ ଜଣ ପୁରୁଷ ଓ ମହିଳା ପୋଲିସ ଅଧିକାରୀ ଏହି ଟିମରେ ସାମିଲ ଥିଲେ। ଜାତୀୟ ମହିଳା କମିଶନ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

Minor Girl Rape Case Kerala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ