• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅବସର ନେବାର ଦୁଇ ଦିନ ପୂର୍ବରୁ ଚାକିରି କ୍ୟାରିୟରରେ କଳାଦାଗ ।  ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ ।  ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂଙ୍କୁ ଧରିଲା ଭିଜିଲାନ୍ସ ।  ବଦଳି କରେଇ ଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ନେଇଥିଲା  । ତିନିମୁହାଣୀ ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ନେବା ବେଳେ ପହଞ୍ଚି ଯାଇଥିଲା ଭିଜିଲାନ୍ସ  l ସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ ଦିନ ପରେ ସେ ଅବସର ନେଇଥାଆନ୍ତେ l

ମିଳିଥିବା ସୂଚନା ଅନୁଯାଇ ପଟ୍ଟମୁଣ୍ଡାଇ ନିମପୁର୍ ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ଲାଞ୍ଚ ନେଉଥିଲେ । ବର୍ତ୍ତମାନ ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣା ପଡିଛି ।

ଶିକ୍ଷା ଅଧିକାରୀ ସଂଜୀବ ସିଂହଙ୍କ ନାମରେ ବିଭିନ୍ନ ସମୟରେ ଲାଞ୍ଚ ନେବା, ତଦନ୍ତକୁ ଚପେଇ ଦେବା ଏବଂ ବଦଳି କରିଦେବା, ବିଲ କରିଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ଶେଷରେ ଆଜି ସେ ଧରାପଡ଼ିଛନ୍ତି । 

 

 

 

OTV is now on Whatsapp

Join and get latest news update delivered to you via whatsapp

Join Now