woman thrashes father-in-law
ହଜିଗଲା ମାନବିକତା । ଯାହାକୁ ବୋହୂ କରି ଦିନେ ଘରକୁ ଆଣିଥିଲେ ସେହି ବୋହୂ ହିଁ ଘୋଷାଡ଼ି ଘୋଷାଡ଼ି ପିଟିଲା । ପରିଣତ ବୟସରେ ବୋହୂର ସେବା ମିଳିବା ବଦଳରେ ମିଳିଲା ମାଡ଼। ଶ୍ୱଶୁରକୁ ନିର୍ମମ ଭାବେ ପିଟିଲା ବୋହୂ । ଯାହାକୁ ଦେଖିଲେ ଆପଣି ବି ହୋଇଯିବେ ଆଶ୍ଚର୍ଯ୍ୟ ! ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓରେ ୮୭ ବର୍ଷର ବୟସ୍କା ଶ୍ୱଶୁରକୁ ଅତି ନିର୍ମମ ଭାବେ ପିଟିଛନ୍ତି ବୋହୂ ଉମା ।
ତେବେ ଏହି ଘଟଣାଟି ୯ ମାର୍ଚ୍ଚରେ ଘଟିଥିଲା ​। ଯାହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ବୃଦ୍ଧଙ୍କୁ ଅତି ନିର୍ମମ ଭାବରେ ସେଇ ଶଶୁରଙ୍କ ଆଶାବାଡିରେ ପିଟୁଥିବାର ନଜର ଆସିଛନ୍ତି । ଏହି ଘଟଣାରେ ବୃଦ୍ଧ ଜଣକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାଟି କର୍ଣ୍ଣାଟକର ମାଙ୍ଗାଲୁରୁ ଅଞ୍ଚଳରେ ଘଟିଛି ।
ଅଧିକ ପଢ଼ନ୍ତୁ: ରାଗ ଉଜାଡ଼ି ଦେଲା ସଂସାର; ସ୍ତ୍ରୀକୁ ମାରିଲା, ପୁଅକୁ ଶ୍ୱଶୁର ଘରେ ଛାଡ଼ି ନିଜେ ଫେରାର୍ ମାରିଲା
( ଏହା ଏକ ସମ୍ୱେଦନଶୀଳ ଭିଡ଼ିଓ , କେବଳ ଖବର ପରିବେଷଣ ପାଇଁ ଆମେ ଏହାକୁ ଦେଖାଉଛୁ )
ବୃଦ୍ଧଙ୍କ ଝିଅ ଅଭିଯୋଗ କରିବା ପରେ ଅଭିଯୁକ୍ତ ବୋହୂ ଉମାଙ୍କୁ ତୁରନ୍ତ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ବିଦେଶରେ କାମ କରନ୍ତି । ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି ।
ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ବୃଦ୍ଧଙ୍କ ଦେହରେ ଏକାଧିକ ଆଘାତ ଲାଗିଛି, ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଯେତେବେଳେ ବୃଦ୍ଧଙ୍କୁ ତାଙ୍କ ବୋହୂ ପିଟୁଥିଲେ ସେ ତଳେ ପଡ଼ିଯାଇଥିଲେ ଯାହାଫଳରେ ସେଠାରେ ଥିବା କାଠ ସୋଫାରେ ଉପରେ ପଡ଼ି ତାଙ୍କ ମୁଣ୍ତ ମାଡ଼ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710243483.jpg)