/odishatv-khabar/media/post_attachments/uploadimage/library/16_9/16_9_0/crime_1687758199.jpg)
crime
ସ୍ତ୍ରୀର ପ୍ରେମିକର ତଣ୍ଟି କାଟିଲା ସ୍ୱାମୀ । ଏତିକିରେ ରାଗ ଶାନ୍ତି ହେଲାନି ଯେ ପଶୁ ପରି ଆଚରଣ କରିଛି ଅଭିଯୁକ୍ତ । ଅବୈଧ ପ୍ରେମ ସମ୍ପର୍କ ସନ୍ଦେହରେ ଯୁବକଙ୍କ ତଣ୍ଟି କାଟିବା ପରେ ରକ୍ତ ପିଇଲା ସ୍ୱାମୀ । ଆଉ ସେହି ସମୟରେ ଅଭିଯୁକ୍ତର ଜଣେ ସାଙ୍ଗ ଉକ୍ତ ଦୃଶ୍ୟର ଭିଡିଓ ତାଙ୍କ ମୋବାଇଲ୍ ଫୋନ୍ରେ ଉତ୍ତୋଳନ କରିଥିଲେ । ଆଉ ସେହି ବୀଭତ୍ସ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍।
କର୍ଣ୍ଣାଟକ ରାଜ୍ୟର ଚିକ୍କବଲ୍ଲାପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ପୀଡ଼ିତ ମାରେଶ ସହିତ ସ୍ତ୍ରୀର ଅବୈଧ ସମ୍ପର୍କ ଅଛି ବୋଲି ସେ ସବୁବେଳେ ସନ୍ଦେହ କରୁଥିଲା । ଜୁନ୍ ୧୯ରେ ଅଭିଯୁକ୍ତ ବିଜୟ ଓ ତା’ର ଜଣେ ସାଙ୍ଗ ମୃତକ ମାରେଶଙ୍କୁ ନିକଟବର୍ତ୍ତୀ ଜଙ୍ଗଲକୁ ନେଇ ଯାଇଥିଲେ । ଜଙ୍ଗଲରେ ମାରଧର କରିବା ପରେ ବିଜୟ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ମାରେଶର ତଣ୍ଟି କାଟି ପକାଇଥିଲା । ଆଉ ତା’ପରେ ତା’ର ରକ୍ତ ପିଇ ଯାଇଥିଲେ । ସେହି ସମୟର ଦୃଶ୍ୟକୁ ତାଙ୍କ ସାଙ୍ଗ ମୋବାଇଲ୍ ଫୋନ୍ରେ ରେକର୍ଡ କରିଥିଲେ।
ତଣ୍ଟି କାଟି ଦେଇଥିଲା ସୁଦ୍ଧା ମାରେଶଙ୍କର ମୃତ୍ୟୁ ଘଟି ହୋଇନି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପରେ ସୁସ୍ଥ ହୋଇ ସେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଆଉ ତାଙ୍କ ଅଭିଯୋଗ ଆଧାରରେ ବିଜୟଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)