• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ ।

ଅଭିଯୁକ୍ତ ସ୍ୱାମୀ ହେଲେ ନାରାୟଣ ବିନ୍ଧାଣୀ । ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି । ଲକ୍ଷ୍ମୀଙ୍କ ଭାଇଙ୍କ ଘରେ ଏକ ପୂଜା ଥିବାରୁ ସେଠାକୁ ଉଭୟ ଲକ୍ଷ୍ମୀ ଓ ନାରାୟଣ ଯାଇଥିଲେ । କୌଣସି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ନାରାୟଣ ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ପକାଇଥିଲା । ଘଟଣା ଘଟିବା ପରେ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଲକ୍ଷ୍ମୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଗୋଚ୍ଛାପଡ଼ା ଥାନା ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରିଛି । ଏନେଇ ଗୋଚ୍ଛପଡା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।