Advertisment

ବାହା ହେବାକୁ ମନା କରିବାରୁ ଛାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା 'ଡେଲିଭରୀ ବୟ'

ପୋଲିସ କହିଛି ଯେ, ନର୍ଗିସ୍ କଥା ହେବା ବନ୍ଦ କରିବା ପରଠାରୁ ଇର୍ଫାନ୍ ତାକୁ ମାରିବା ପାଇଁ ଯୋଜନା କରୁଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Kamala Nehru college student hit on head with rod for refusing marriage

Kamala Nehru college student hit on head with rod for refusing marriage

ଯଦି ମୋର ନୁହେଁ... ତେବେ କାହାର ହେବାକୁ ଦେବିନି...। ନିଜର ସ୍ୱାର୍ଥ ହାସଲ ହାସଲ ନହେବାରୁ ପ୍ରେମିକ ଖେଳିଲା ରକ୍ତର ହୋଲି। ବାହା ହେବାକୁ ମନା କରିବାରୁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଯାହାକୁ ଦିନେ ଭଲ ପାଉଥିଲା, ତାକୁ ହିଁ ଜୀବନରୁ ସଫା କରିଦେଲା। ଏଭଳି ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀର ମାଲଭିୟା ନଗରରେ। କମଳା ନେହରୁ କଲେଜର ଜଣେ ଛାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ।

Advertisment

ପୋଲିସ ସୂଚନା ଅନୁସାରେ, ନର୍ଗିସ ନାମକ ଜଣେ ମହିଳା ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଷ୍ଟେନୋ କ୍ଲାସ୍ କରୁଥିଲେ। ତାଙ୍କର ଇରଫାନ୍ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଇରଫାନ୍ ଏକ ଅନଲାଇନ୍ ଫୁଡ୍ ଡେଲିଭର୍ କମ୍ପାନୀରେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ଉଭୟଙ୍କ ସମ୍ପର୍କକୁ ନର୍ଗିସଙ୍କ ପରିବାର ଲୋକ ଗ୍ରହଣ କରୁନଥିଲେ।

ସେମାନଙ୍କ ବିବାହ ପାଇଁ ମଧ୍ୟ ମନା କରିଦେଇଥିଲେ। ଫଳରେ କିଛିଦିନ ହେବ ନର୍ଗିସ ଇର୍ଫାନଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ। ଆଜି ନର୍ଗିସଙ୍କ ଯିବା ରାସ୍ତାରେ ତାଙ୍କୁ ଅଟକାଇ ଏକ ପାର୍କକୁ ନେଇଥିଲା ଇର୍ଫାନ୍।

Advertisment

ସେଠାରେ ବିବାହ ପାଇଁ ପରିବାର ଲୋକେ ରାଜି ହେଉନଥିବା କହିଥିଲେ ନର୍ଗିସ୍। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଇର୍ଫାନ୍ ଏକ ଲୁହା ରଡରେ ନର୍ଗିସଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଆହୁରି କହିଛି ଯେ, ନର୍ଗିସ୍ କଥା ହେବା ବନ୍ଦ କରିବା ପରଠାରୁ ଇର୍ଫାନ୍ ତାକୁ ମାରିବା ପାଇଁ ଯୋଜନା କରୁଥିଲା। ଘଟଣାରେ ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

Delivery Boy
Advertisment
Advertisment