Advertisment

ବିଚାରପତିଙ୍କ ଚାଲିଛି ବିଚାର; ନିଶାରେ କଲେ ଏମିତି କାଣ୍ଡ...

ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍‌ରେ ରହିବି।” ମଙ୍ଗଳବାର ଦିନ ଏହି ମାମଲାରେ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Us Judge Shoots wife Dead

Judge shoots wife dead in us

କାଲିଫର୍ନିଆର ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍‌ରେ ରହିବି।” ମଙ୍ଗଳବାର ଦିନ କୋର୍ଟରେ ଏହାର ଶୁଣାଣି ହୋଇଥିଲା।

Advertisment

ଏହି ମାମଲାରେ କୋର୍ଟଙ୍କୁ କୁହାଯାଇଥିଲା ଯେ ଜଜ୍ ଜେଫରୀ ଫର୍ଗୁସନ୍‌ଙ୍କ ଘରେ ଡଜନ ଡଜନ ବନ୍ଧୁକ ଏବଂ ୨୬ ହଜାର ରାଉଣ୍ଡ ଗୁଳି ଥିଲା। ଯେତେବେଳେ ପୁଲିସ୍ ଅଧିକାରୀମାନେ ପହଞ୍ଚିଥିଲେ, ଦେଖିଥିଲେ ଯେ ଛାତିରେ ଗୁଳି ବାଜିଥିବାରୁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି।

ଓକିଲମାନେ କହିଛନ୍ତି ଯେ ଅରେଞ୍ଜ୍ କାଉଣ୍ଟି ସୁପ୍ରିମୋ କୋର୍ଟରେ ବସୁଥିବା ୭୨ ବର୍ଷିୟ ଫର୍ଗୁସନ୍‌ଙ୍କୁ ଯେତେବେଳେ ଗିରଫ କରାଗଲା ସେତେବେଳେ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ପୋଲିସକୁ କହିଥିଲେ ଯେ “ଠିକ ଅଛି, ମତେ ଲାଗୁଛି ଯେ କିଛି ସମୟ ପାଇଁ ମୋ କାମ ଶେଷ ହୋଇଯାଇଛି।”

Advertisment

ଲସ୍ ଆଞ୍ଜେଲ୍ସର ଏକ କୋର୍ଟ ଶୁଣାଣି କରିଛନ୍ତି ଯେ ଫର୍ଗୁସନ୍ ଏବଂ ତାଙ୍କ ପତ୍ନୀ ଶେରିଲ୍ ସେମାନଙ୍କ ଘର ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ ସମୟରେ ଯୁକ୍ତିତର୍କ ଆରମ୍ଭ କରିଥିଲେ।

ଅରେଞ୍ଜ୍ କାଉଣ୍ଟି ଡେପୁଟି ଜିଲ୍ଲା ଓକିଲ ଖ୍ରୀଷ୍ଟୋଫର୍ ଆଲେକ୍ସ କୋର୍ଟଙ୍କୁ କହିଛନ୍ତି ଯେ “ଅଗଷ୍ଟ ୩ ଯୁକ୍ତିତର୍କ ସମୟରେ ଜଜ୍ ବନ୍ଧୁକ ଦେଖାଇବା ସମୟରେ ତାଙ୍କ ପତ୍ନୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଘରେ ଯୁକ୍ତିତର୍କ ଜାରି ରହିଥିଲା। ଏହି ସମୟରେ ଫର୍ଗୁସନ୍ ତାଙ୍କ ବନ୍ଧୁକ ବାହାର କରି ତାଙ୍କ ପତ୍ନୀଙ୍କ ଛାତିକୁ ଗୁଳି ଚଳାଇଥିଲେ।”

ଆଲେକ୍ସ କୋର୍ଟଙ୍କୁ କହିଛନ୍ତି ଯେ ଫର୍ଗୁସନ୍ ୯୧୧କୁ ଫୋନ କରି ଜଣେ ସହାୟକ ଚିକିତ୍ସକଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀଙ୍କୁ ଗୁଳି କରାଯାଇଛି। ଯେତେବେଳେ ଜଣେ ଡେସ୍‌ପାଚର୍ ପଚାରିଥିଲେ ଯେ ସେ କ’ଣ ବନ୍ଧୁକ ମାରିଥିଲେ? ସେ ତାଙ୍କୁ କହିଥିଲେ ଯେ ସେ ଏହି ସମୟରେ ସେ ବିଷୟରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି।

ଫୋନ ବନ୍ଦ କରିବା ପରେ ଫର୍ଗୁସନ୍ ତାଙ୍କ କୋର୍ଟର କିରାଣୀ ତଥା ଜାମିନଦାରଙ୍କୁ ମେସେଜ୍ କରିଥିଲେ "ମୁଁ ଏବେ ଆଙ୍କୁ ହରାଇଲି, ମୁଁ ଏବେ ମୋ ପତ୍ନୀଙ୍କୁ ଗୁଳି କରିଦେଲି। ଆସନ୍ତାକାଲି ମୁଁ ଏଠାରେ ନଥିବି, ମୁଁ ଜେଲରେ ଥିବି। ମୁଁ ଖୁବ୍ ଦୁଖିତଃ।”

ଅନୁସନ୍ଧାନ ପରେ ଘର ଭିତରୁ ୪୭ ଟି ରିଭଲଭର ମିଳିଲା। ସେଗୁଡିକ ସବୁ ଆଇନଗତ ଭାବରେ ରଖାଯାଇଥିଲା। ୨୦୧୫ ମସିହାରୁ ବିଚାରପତି ଥିବା ଫର୍ଗୁସନ୍ ମଙ୍ଗଳବାର କୋର୍ଟରେ ହାଜର ହେବାପରେ ହତ୍ୟାକୁ ଅସ୍ୱୀକାର କରିଥିଲେ। ଆଇନଜୀବୀ ପଲ୍ ମେୟର କୋର୍ଟ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହା ଏକ ଅନିଚ୍ଛାକୃତ, ଦୁର୍ଘଟଣାଜନକ ଗୁଳି ଚାଳନା ଥିଲା ଏବଂ ଏଥିରେ କୌଣସି ଅପରାଧ ହୋଇ ନାହିଁ।”

ଫର୍ଗୁସନଙ୍କୁ ଜାମିନରେ ମୁକ୍ତ କରାଯାଇଛି ଏବଂ ମଦ୍ୟପାନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୩୦ରେ ସେ ପୁଣି କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି।

Criminals Arrested Criminal Case
Advertisment
Advertisment