• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଛି । ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡି ହେବା ପରେ କିଛି ସମୟ ପାଇଁ ବଞ୍ଚିଥିଲେ ମଧୁମିତା ।

ଏକାଧିକ କ୍ଷତ ପାଇଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମଧୁମିତାଙ୍କ ମୃତ୍ୟୁ ମାମଲାରେ ଧଉଳି ଥାନା ପୋଲିସ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି । ଅଧିକ ଖୋଳତାଡ଼ ଜାରି ରହିଛି । ସ୍ୱାମୀର ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗତ କିଛିଦିନ ତଳେ ଭୁବନେଶ୍ୱରରେ ସାମ୍ବାଦିକତା କରୁଥିବା ମଧୁମିତା ପରିଡ଼ାଙ୍କ ରହସ୍ୟଜନକ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ଦାଂପତ୍ୟ ଜୀବନରେ ଉଠିଥିବା ଝଡ଼ ଭିତରେ ମଧୁମିତାଙ୍କୁ ହତ୍ୟା କରାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ପରିବାର ଲୋକେ ।

ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ୱରର ଏକ ଘରୋଇ ୱେବ୍ ଚାନେଲରେ କାର୍ଯ୍ୟରତ ଥିଲେ ମଧୁମିତା । ତାଙ୍କ ସ୍ୱାମୀ ଶ୍ରୀଧର ଜେନା ସେ ବି ସେହି ଭଞ୍ଜନଗର ଅଞ୍ଚଳର । ବାୟୁସେନାରେ ଚାକିରି କରୁଥିବା ଶ୍ରୀଧରଙ୍କ ସହ ୫ ବର୍ଷର ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ରେ କରିଥିଲେ ବିବାହ ।

ବାହାଘରକୁ ୫ ମାସ ବି ପୂରିନି । ପରିବାର ଲୋକଙ୍କ ଅଭିଯୋଗ, ପ୍ରତାରଣାର ଶିକାର ହୋଇଥିଲେ ମଧୁମିତା । ମଧୁମିତାଙ୍କୁ ବିବାହ ପୂର୍ବରୁ ଅନ୍ୟ ଜଣଙ୍କ ସହ ଶ୍ରୀଧରଙ୍କ ହୋଇଥିଲା ବିବାହ ବିଚ୍ଛେଦ । ମଧୁମିତାଙ୍କୁ ବିବାହ ସତ୍ତ୍ୱେ ଅନ୍ୟ ଯୁବତୀଙ୍କ ସହ ଶ୍ରୀଧରଙ୍କ ଅନୈତିକ ସଂପର୍କ ଥିଲା ବୋଲି ଅଭିଯୋଗ ହୋଇଛି ।

ଏପରିକି ବିଳମ୍ବିତ ରାତି ଯାଏଁ ସେମାନଙ୍କ ସହ ଫୋନରେ କଥା ହେଉଥିଲେ ଶ୍ରୀଧର । ଏକଥା ଜାଣି ମଧୁମିତା ବିରୋଧ କରିବାରୁ ବିଗିଡ଼ି ଯାଇଥିଲା ସଂପର୍କ । ନିର୍ଯାତନା ଅସହ୍ୟ ହେବାରୁ କିଛିଦିନ ତଳେ ମଧୁମିତା ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ । ଶେଷରେ ସମାଧାନ ନହେବାରୁ ଭୁବନେଶ୍ୱର ନୂଆଗାଁ ଇନ୍ଦିରା କଲୋନୀରେ ପରିବାର ସହ ରହୁଥିବା ଭଡ଼ା ଘରୁ ବାହାରି କୁଆଡ଼େ ଚାଲିଯାଇଥିଲେ ମଧୁମିତା । ସୋସିଆଲ୍ ମିଡ଼ିଆରେ ଜାରି କରିଥିଲେ ଭାବବିହ୍ୱଳ ଭିଡିଓ ।

ଏହି ଭିଡିଓ ଦେଖି, ଖୋଜାଖୋଜି କରୁଥିବା ପରିବାର ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲେ ବାପୁରୀନଜର ଅଞ୍ଚଳର ରେଳଲାଇନ କଡ଼ରୁ । ଆଉ ସେହି ସ୍ଥାନରେ ସ୍ୱାମୀ ଶ୍ରୀଧର ପହଞ୍ଚିବା ପରେ ତାଙ୍କ ଉପରେ ମଧୁମିତାଙ୍କ ବାପା ଓ ଭଉଣୀ ବର୍ଷିଥିଲେ ।

ଝିଅର ମୃତ୍ୟୁ ପାଇଁ ଶ୍ରୀଧର ଓ ତାଙ୍କ ବଡ଼ଭାଇଙ୍କୁ ଦାୟୀ କରିଥିଲେ। । ମଧୁମିତାଙ୍କ ପରିବାରର ଅଭିଯୋଗ ଆଧାରରେ ପୋଲିସ ଶ୍ରୀଧରଙ୍କୁ ଆଜି ଗିରଫ କରିବା ସହ ତାଙ୍କ ବଡ଼ଭାଇଙ୍କୁ ଧରି ପଚରାଉଚରା କରିଛି। ତେବେ ଦାଂପତ୍ୟ କଳିକୁ ସ୍ୱୀକାର କରିଥିବା ଶ୍ରୀଧର କହିଛନ୍ତି, ମଧୁମିତା ଆତ୍ମହତ୍ୟା କରିଛନ୍ତି । କେହି ହତ୍ୟା କରିନାହାନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now