• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୋଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା l ସ୍ୱାମୀ କେମିତି ପ୍ରେମର ମାୟାଜାଲ ବିଛାଇଥିଲା । କିଭଳି ଛଦ୍ମବେଶୀ ହୋଇ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ରହିଥିଲା, ଆଉ କିଭଳି ତାଙ୍କୁ ନିର୍ଯାତନା ଦେଇଥିଲା ସବୁ କଥା ଟିକନିଖ୍ କରି ଏକ କାଗଜରେ ଲେଖି ଯାଇଛନ୍ତି ମଧୁମିତା ।

ସ୍ୱାମୀ ଶ୍ରୀଧରକୁ ଦିନିକିଆ ରିମାଣ୍ଡରେ ଆଣିବା ସହ ରହୁଥିବା ଭଡା ଘର ଯାଞ୍ଚ ପରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପୋଲିସ ହାତରେ ଲାଗିଛି । ଘରର ବେଡ, ଆଲମିରା ଠାରୁ ଆରମ୍ଭ କରି ସବୁ ଆସବାବ ପତ୍ରକୁ ତନ ତନ କରି ଯାଞ୍ଚ କରିଛି ପୋଲିସ । ଯାହା ଭିତରୁ ଏକ ନୋଟ ବୁକ୍ ମଧ୍ୟ ପାଇଛି ପୋଲିସ । ଯାହାକୁ ନେଇ ଯାଞ୍ଚ କରୁଛି ।

ଏବେବି ନିଜକୁ ନିର୍ଦ୍ଦୋଷ ବୋଲି କହୁଛି ଅଭିଯୁକ୍ତ ସ୍ୱାମୀ ଶ୍ରୀଧର । ତାର କହିବା ଅନୁସାରେ କୌଣସି ଝିଅଙ୍କ ସହ ନଥିଲା ସମ୍ପର୍କ । ସେ କାହା ସହ କଥା ହେଉନଥିଲା । ଏପରିକି ପୁଅ ସାଙ୍ଗ ମାନଙ୍କ ସହ କଥା ହେଲେ ବି ମଧୁମିତା ସନ୍ଦେହ କରୁଥିଲା । ପ୍ରତ୍ୟେକ କଥାରେ ସନ୍ଦେହ କରିବା ସହ ବାରମ୍ବାର ଆତ୍ମହତ୍ୟା କରିବା ନେଇ କହୁଥିଲା ମଧୁମିତା। ତେବେ ଏ ସବୁଠାରୁ ଦୂରେଇ ରହିବା ପାଇଁ ସେ ବାରମ୍ବାର ମଧୁମିତାକୁ ବୁଝାଇ ଥିବା କହିଛି ଶ୍ରୀଧର ।

ମଧୁମିତାଙ୍କ ପାଠପଢା ଖର୍ଚ୍ଚ ଠାରୁ ଆରମ୍ଭ କରି ତାଙ୍କ ଘର ଲୋକଙ୍କ ଖର୍ଚ୍ଚ ମଧ୍ୟ ବୁଝୁଥିଲେ ଶ୍ରୀଧର । ଏହା ପରେ ବି ସୁଇସାଇଡାଲ ନୋଟରେ ଯାହା ଲେଖା ହୋଇଛି ତାକୁ ପଢ଼ିଲେ ତାଙ୍କୁ କେହି ବିଶ୍ୱାସ କରିବେ ନାହିଁ । ଯାହା ବିଚାର କରିବେ କୋର୍ଟ କରିବେ ବୋଲି କହିଛନ୍ତି ଶ୍ରୀଧର ।

ମଧୁମିତା ମୃତ୍ୟୁ ରହସ୍ୟ ଏବେବି ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଶ୍ରୀଧରଙ୍କ ଅନ୍ୟ ଯେଉଁ ୨ ଜଣ ଝିଅଙ୍କ ସହ ସମ୍ପର୍କ ଥିଲା ତାଙ୍କୁ ପୋଲିସ କାହିଁକି ପଚରାଉଚରା କରୁନାହିଁ । ଅଧିକ ତଦନ୍ତ ହେଲେ ସତ ପଦାକୁ ଆସିବ ।

OTV is now on Whatsapp

Join and get latest news update delivered to you via whatsapp

Join Now