ଅଦ୍ୟତନ ହୋଇଛି
JM Care Nursing Home
Advertisment
ସିଲ୍ ହେଲା କଟକ ର ଜେ.ଏମ୍ କେୟାର ନର୍ସିଂହୋମ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ବା BSKY କାର୍ଡ କେଳେଙ୍କାରୀ ଅଭିଯୋଗରେ ଚଢ଼ାଉ ପରେ ସିଲ୍ କରିଛି ସିଏମ୍ ସିର ସ୍ୱାସ୍ଥ୍ୟ ବିଭାଗ ଟିମ୍ । ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ସିଲ୍ କରାଯାଇଛି । ୩ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Advertisment
ରୋଗୀଙ୍କୁ ଆଡମିଶନ କରାଇ ଆଉ ଏକ ହସପିଟାଲରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଜେ. ଏମ୍ . କେୟାର ନର୍ସିଂହୋମ ବିରୋଧରେ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କଟକ ମଧୁପାଟଣା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680351033.jpg)