/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714018621.jpg)
JDU Leader Killed
ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ଏଭଳି କିଛି ଘଟଣା ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ।
ବେଶ୍ ପାଖରୁ ଆସି ସୌରଭଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ମାରିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପାଟନାରେ ଏଭଳି ଘଟଣା ରାଜନୀତିକୁ ଅଧିକ ତେଜିଛି । କୁହାଯାଉଛି, ସୌରଭ ଜେଡିୟୁର ଜଣେ ଆଗ ଧାଡ଼ିର ଯୁବ ନେତା ଥିଲେ। ତାସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବେଶ୍ ନିକଟତର ବି ଥିଲେ।
ଅଧିକ ପଢ଼ନ୍ତୁ: ୟୁପିରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆକ୍ରମଣ, ଫାଟିଲା ନାକ
ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ।#JDULeader#Murder#Firing#Bihar#OTVpic.twitter.com/tQoFfeZGJG
— ଓଟିଭି (@otvkhabar) April 25, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)