/odishatv-khabar/media/post_attachments/uploadimage/library/16_9/16_9_0/DN_Group_1689084462.jpg)
DN Group
୯୦ କୋଟି ଟଙ୍କା ଟିକସ ଫାଙ୍କିଛି ରାଜଧାନୀର ବହୁଚର୍ଚ୍ଚିତ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ । ଗତ ପ୍ରାୟ ୫ ଦିନ ଧରି ଚାଲିଥିବା ଆୟକର ଚଢ଼ାଉରୁ ଏହି ତଥ୍ୟ
ମିଳିଛି । ବଡ଼କଥା ହେଉଛି, ଲୁଚାଛପାରେ କ୍ୟାସ୍ ନେଇ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କୁହାଯାଉଛି । ୨୧୦ କୋଟିର ଲୁଚାଛପା କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଫକ୍ଷରୁ ସୂଚନା ମିଳିଛି ।
ଚଢ଼ାଉ ବେଳେ ଜବତ କାଗଜାତରୁ ମିଳିଛି ଟିକସ ଫାଙ୍କିର ତଥ୍ୟ । ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ଦଲିଲ ଆଦିରୁ ଏହି ତଥ୍ୟ ମିଳିଛି । କାଗଜାତ ଯାଞ୍ଚ ପରେ ୨୧୦ କୋଟି କ୍ୟାସ୍ ଆହରଣର ସୁରାକ ବି ଲାଗିଛି ଆୟକର ବିଭାଗ ହାତରେ । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରିରୁ ଆହରଣ ହୋଇଛି ୨୧୦ କୋଟି ଟଙ୍କା।
ସେହିପରି ସଂଗୃହିତ ୨୧୦ କୋଟି ହୋଟେଲ, ମଲ୍ ଆଦିରେ ବିନିଯୋଗ ହୋଇଛି । ଚଢ଼ାଉ ବେଳେ ନଗଦ ୯ କୋଟି ୭୪ ଲକ୍ଷ ଟଙ୍କା ଜବତ କରିଛି ଆୟକର ଟିମ୍ । ୯ ଦଶମିକ ୭୪ କୋଟି ଟଙ୍କା ଜବତ ହେବା ଓଡ଼ିଶାରେ ଏଯାବତ ସର୍ବାଧିକ ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ DN GROUP ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)