• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଂଜିନିୟରିଂ ପାଠ ପଢିଥିବା ଛାତ୍ରୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଦଳିତ ଯୁବତୀ ଜଣକ ଇଂଜିନିୟରିଂ ପାଠ ପଢ଼ୁଥିଲେ । ଉଚ୍ଚ ଚାକିରି କରି ପରିବାର ଚଳାଇବାର ସ୍ୱପ୍ନ ବି ଦେଖିଥିଲେ । ହେଲେ ଚାକିରି ଖୋଜିବାକୁ ଯାଇ କେତେବେଳେ ବାହାର ରାଜ୍ୟରେ ବିକ୍ରୀ ହୋଇଗଲେ ଜାଣିପାରିଲେ ନାହିଁ । ତିନିମାସ ପରେ କୌଶଳ କ୍ରମେ ଘରକୁ ତ ଖସି ଆସିଲେ, କିନ୍ତୁ ଦୁର୍ବୃତ୍ତଙ୍କ କବଜାରେ ରହିଯାଇଛି ତାଙ୍କର ଶିକ୍ଷାଗତ ଯୋଗ୍ୟତାର ସମସ୍ତ କାଗଜପତ୍ର ।

ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଅଂଚଳରୁ । ଛାତ୍ରୀ ଜଣଙ୍କ ଚାକରି ପାଇଁ ଝାରସୁଗୁଡା ଯାଇଥିବାବେଳେ ଖଲିଆପାଲି ଗାଁର ଗଣେଶ କୁମ୍ଭାରଙ୍କ ସହ ଭେଟ ହୋଇଥିଲା । ଏହାପରେ ଗଣେଶ ଚତୁରତାର ସହ ମଧ୍ୟପ୍ରଦେଶର ଗୁନା ସହରକୁ ନେଇଯାଇଥିଲେ । ସେଠାରେ ସେ ଯଶବନ୍ତ ସିଂହ ନାମକ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି କରିଦେଇଥିଲା । ପରେ ଯଶବନ୍ତ ନିଜ ଭାଇଙ୍କ ସହ ବିବାହ କରିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲା । ଏଥିରେ ଅରାଜି ହେବାରୁ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଧମକ ଦିଆଯାଇଥିଲା । ଏପରିକି ଜବରଦସ୍ତ ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି । 

ଅଭିଯୋଗକାରୀ ଯୁବତୀ ଜଣଙ୍କ କୌଣସି ମତେ ଖସି ଆସିଥିଲେ ମଧ୍ୟ ଅଭିଯୁକ୍ତମାନେ ତାଙ୍କର ଜରୁରୀ କାଗଜପତ୍ର ଓ ଏଟିଏମ୍ ଦେଉନାହାନ୍ତି । ଏନେଇ ନ୍ୟାୟ ପାଇଁ ସେ ମନମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।