Advertisment

ଟ୍ରେନ୍‌ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର ! ସିଲିଣ୍ଡର ପରେ ଟ୍ରାକ୍‌ରୁ ମିଳିଲା ଲୁହା ରଡ୍‌

କିଛିଦିନ ହେବ ଟ୍ରେନ୍‌କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍‌ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି।

author-image
Sonali Ojha
ଅଦ୍ୟତନ ହୋଇଛି
rail track

rail track

କିଛିଦିନ ହେବ ଟ୍ରେନ୍‌କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍‌ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି। ଗତକାଲି ଉତ୍ତରପ୍ରଦେଶର ପ୍ରେମପୁର ଷ୍ଟେସନ ନିକଟ ରେଳଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ ହୋଇଥିବା ବେଳେ ଆଜି ପଞ୍ଜାବର ଭଟିଣ୍ଡା ରେଲୱେ ଟ୍ରାକ୍‌ରୁ ଲୁହା ରଡ୍ ମିଳିଛି। ହେଲେ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ବି ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇପାରିଛି।

Advertisment

ସରକାରୀ ରେଳ ପୋଲିସର ତଦନ୍ତ ଅଧିକାରୀ ଶବିନ୍ଦର କୁମାରଙ୍କ ସୂଚନା ଅନୁସାରେ, ଆଜି ଭୋର୍ ପ୍ରାୟ ୩ଟାରେ ଏହି ଘଟଣା ଘଟିଛି। ପଞ୍ଜାବର ଭଟିଣ୍ଡା-ଦିଲ୍ଲୀ ରେଳ ଟ୍ରାକ୍ ଦେଇ ଏକ ମାଲବାହୀ ଟ୍ରେନ୍ ଯାଉଥିଲା। ହେଲେ ରେଲୱେ ଟ୍ରାକରେ ଲୁହା ରଡ୍ ପଡିଥିବା ଦେଖିବାକୁ ମିଳିଥିଲା। ମାତ୍ର ଏନେଇ ସିଗନାଲ ମିଳିନଥିଲା। ଟ୍ରେନର ଲୋକୋ ପାଇଲଟ୍ ଠିକ୍ ସମୟରେ ବ୍ରେକ୍ ଲଗାଇଥିଲେ। ଏହାପରେ ଟ୍ରେନ୍ ପହଞ୍ଚିବାରେ ଅନେକ ଘଣ୍ଟା ବିଳମ୍ୱ ହୋଇଥିଲା। ।ଯାହା ଫଳରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଛି। ରେଲୱେ ଟ୍ରାକ୍‌ରୁ ନଅଟି ଲୁହା ରଡ ଜବତ କରାଯାଇଛି। GRP ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସେପ୍ଟେମ୍ବର ମାସରେ ଏହା ହେଉଛି ପଞ୍ଚମ ଘଟଣା । ପୂର୍ବରୁ ୪ ଥର ଟ୍ରେନ୍ ଟ୍ରାକ୍‌ରେ ଏଭଳି ସାମଗ୍ରୀ ପଡିଥିବା ଦେଖିବାକୁ ମିଳିଥିଲା। ଗତକାଲି ଉତ୍ତରପ୍ରଦେଶର ପ୍ରେମପୁର ଷ୍ଟେସନ ନିକଟ ରେଳଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ ହୋଇଥିଲା। ଟ୍ରେନର ଲୋକୋ ପାଇଲଟ ଏଲପିଜି ସିଲିଣ୍ଡର ଟ୍ରାକରେ ରଖାଯିବା ପରେ ଠିକ୍ ସମୟରେ ବ୍ରେକ୍ ଲଗାଇ ଏକ ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡାଇ ଦେଇଥିଲେ। ସେହିପରି ଅଗଷ୍ଟ ମାସରୁ ଏଯାଏ ସାରା ଦେଶରେ ୧୮ଥର ଟ୍ରେନ୍ ଡିରେଲ୍ କରିବା ପାଇଁ ଉଦ୍ୟମ କରାଯାଇଛି। ଜୁନ୍ ୨୦୨୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଏପରି ୨୪ଟି ଘଟଣା ଘଟିଛି ଯେଉଁଠାରେ ରେଳ ଟ୍ରାକ୍‌ରେ ଏଲପିଜି ସିଲିଣ୍ଡର, ସାଇକେଲ, ଲୁହା ରଡ ଏବଂ ସିମେଣ୍ଟ ବ୍ଲକ୍ ଭଳି ବସ୍ତୁ ଦେଖିବାକୁ ମିଳିଥିଲା।

Indian Railways Train Train Derailment
Advertisment
Advertisment