Advertisment

ନୃଶଂସ ପୁଅ !! ଏତେ ନିଶା ଯେ, ବାପାକୁ କୁରାଢ଼ୀରେ ହାଣିଦେଲା

ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅର୍ଦଳି ସହିଥିଲା, ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ।

ଅଦ୍ୟତନ ହୋଇଛି
Son Kills Father In Pipili

Son Kills Father

Advertisment

ବାପକୁ କୁରାଢ଼ୀରେ ହାଣି ହତ୍ୟା କଲା ପୁଅ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ପିପିଲି ଅଞ୍ଚଳର ସାନ କଣ୍ଟି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । 

Advertisment

ସୂଚନା ଅନୁସାରେ ଅଭିଯୁକ୍ତର ନିଶା ଅଭ୍ୟାସ ଅଛି । ଏଥିପାଇଁ ଘରେ ବାରମ୍ୱାର ଗଣ୍ଡଗୋଳ ହୁଏ । ଗତକାଲି ମଧ୍ୟ ସେ ମଦ ପିଇ ଘରକୁ ଫେରିଥିଲା । ଏହାକୁ ନେଇ ଘରେ ହୋଇଥିଲା ଝଗଡ଼ା । ତାହା ତୀବ୍ର ରୂପ ଧାରଣ କରିବାକୁ ବାପା ମାଆ ଘରୁ ଦୌଡ଼ି ପଳାଇଥିଲେ । କିନ୍ତୁ ଅଭିଯୁକ୍ତ ପୁଅ ବାପାକୁ ଦାଣ୍ଡରୁ ଘର ଭିତରକୁ ଟାଣି ନେଇ ଘରେ କୁରାଢ଼ୀରେ ହାଣି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ଜିତୁ ପ୍ରଧାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଜିତୁ ପ୍ରତିଦିନ ମଦ ପିଇ ଘରକୁ ଫେରି ଗଣ୍ଡଗୋଳ କରେ । ଗତକାଲି ରାତିରେ ମଧ୍ୟସେ ମଦ ପିଇ ଘରକୁ ଫେରି ବାପାମା’ଙ୍କ ଉପରେ ପାଟିତୁଣ୍ଡ କରିଥିଲା । ପୁଅ ନିଶାସକ୍ତ ଅବସ୍ଥାରେ ପାଟି କରୁଥିବାରୁ ବାପାମା’ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ପୁଅ ମୁଣ୍ଡକୁ ନିଶା ଏତେ ଚଢ଼ିଯାଇଥିଲା ଯେ ତାକୁ କିଛି ଭଲ ମନ୍ଦ ଦେଖାଯାଉନଥିଲା । ବାହାରେ ଥିବା ବାପାମା’କୁ ଘର ଭିତରକୁ ଟାଣି ନେଇ କୁରାଢ଼ିରେ ବାପା ହୃଷିକେଷକୁ ହାଣି ଦେଇଥିଲା। ପୁଅର ନୃଶଂସ ରୂପ ଦେଖି ମା’ ସେହି ସ୍ଥାନରୁ ପଳାଇଯାଇଥିଲେ। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ହୃଷିକେଷ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ପୋଲିସକୁ ଖବର ଦେଇଥିଲେ ।

Advertisment
Son Kills Father
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ