• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଘନ୍ୟ.. ଅମାନବୀୟ . . । ନିଶା ଦେଇ ଅଚେତ ଅବସ୍ଥାରେ ମହିଳାଙ୍କୁ ଦୁଷ୍କର୍ମ କରି ଧରାପଡ଼ିଲେ ଭାରତୀୟ ବଂଶୋଦ୍ଭବ । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ବଂଶୋଦ୍ଭବ ପାଞ୍ଚ ଜଣ କୋରୀୟ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସହରର ଇତିହାସରେ ତାଙ୍କୁ ‘ସବୁଠାରୁ କୁତ୍ସିତ ଦୁଷ୍କମକାରୀ’ ବୋଲି କହିଛନ୍ତି କୋର୍ଟ । କେବଳ ଯେ ଅଭିଯୁକ୍ତ ମହିଳାଙ୍କ ଇଜ୍ଜତ୍‌ ଲୁଟୁଥିଲା ତା’ ନୁହେଁ, ଦୁଷ୍କର୍ମ କରିବା ସମୟରେ କୋଠରୀରେ ହିଡେନ୍‌ କ୍ୟାମେରା ଫିଟ୍‌ କରି ତଥା ନିଜ ଫୋନ୍‌ କ୍ୟାମେରାରେ ନିଜର ଯୌନ କଦାଚାର ରେକର୍ଡ କରୁଥିଲା ।

ଅଭିଯୁକ୍ତ ବାଲେଶ ଧନଖଡ଼ । ବୟସ ୪୩ ବର୍ଷ । ଅଷ୍ଟ୍ରେଲିଆରେ ରାଜନୈତିକ ସ୍ତରରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଏପରିକି ସେ ଅଷ୍ଟ୍ରେଲିଆର 'ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି'ର ପୂର୍ବତନ ମୁଖ୍ୟ ରୂପେ କାମ କରୁଥିଲେ । ଗତ ସୋମବାର ଦିନ ଅଭିଯୁକ୍ତ ବିରୋଧରେ ଦାଏର ହୋଇଥିବା ୩୯ଟି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଧନଖଡ଼ ଦଣ୍ଡରୁ ବଞ୍ଚିବା ପାଇଁ ପୂର୍ବରୁ ଜାମିନ ଆବେଦନ କରିଥିଲେ । କିନ୍ତୁ ଜଜ୍ ମାଇକେଲ କିଙ୍ଗ ଏହାକୁ ଅସ୍ୱୀକାର କରିଥିଲେ । ଫଳରେ ତାଙ୍କ ବିରୋଧରେ ଜଜ୍‌ ଦଣ୍ଡ ଶୁଣାଇବା ସମୟରେ କାନ୍ଦି ପକାଇଥିଲା ଅଭିଯୁକ୍ତ । ଆଉ ତାଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ଧନଖଡ଼ ବିରୋଧରେ ସମସ୍ତ ପ୍ରମାଣ କୋର୍ଟରେ ଦାଖଲ କରାଯାଇଛି । କୋରିଆ ଅନୁବାଦକ ପାଇଁ ଚାକିରି ଦେବା ଆଳରେ ସେ ପ୍ରଥମେ ମହିଳାଙ୍କୁ ଫସାଉଥିଲେ । ଆଉ ତା’ପରେ ମହିଳାଙ୍କୁ ସିଡନୀ ସିବିଡିଟିରେ ଥିବା ତାଙ୍କ ଷ୍ଟୁଡିଓ ଆପାର୍ଟମେଣ୍ଟକୁ ନେଇକି ଯାଉଥିଲେ । ଆପାର୍ଟମେଣ୍ଟକୁ ନେବା ପୂର୍ବରୁ ମହିଳାଙ୍କୁ ହୋଟେଲ, କାଫେ ଏବଂ କୋରିଆ ରେଷ୍ଟୁରାଣ୍ଟ ଆଦିକୁ ନେଇ ଯାଉଥିଲେ । ଆଉ ସମୟ ସୁଯୋଗ ଦେଇ ନିଶା ଦେଇ ଅଚେତ କରି ମହିଳାଙ୍କ ଇଜ୍ଜତ ଲୁଟୁଥିଲା ।

ସିଡନୀ ଜିଲ୍ଲା କୋର୍ଟ ଧନଖଡ଼ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି । ମେ ମାସରେ ପୁନର୍ବାର ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ଏବଂ ବର୍ଷ ଶେଷ ସୁଦ୍ଧା ତାଙ୍କୁ ଦଣ୍ଡିତ କରାଯିବ ।