• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଜମାକାରୀଙ୍କ ଅଜାଣତରେ ସେମାନଙ୍କ ଆକାଉଣ୍ଟରୁ ଉଠିଛି ୮୫ ଲକ୍ଷ ଟଙ୍କା। ବାଡ଼ ଫସଲ ଖାଇବା ଭଳି ଅବସ୍ଥା ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରିବାଜ଼ର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ବିରୋଧରେ ଜମାକାରୀ ଅଭିଯୋଗ ଆଣିଛନ୍ତି । ୬ ଜଣ ଗ୍ରାହକଙ୍କ ୭ଟି ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ହଡ଼ପ ହୋଇଛି ।

ଟଙ୍କା ଉଠୁଥିଲା ବ୍ୟାଙ୍କ ଆକାଉଣ୍ଟରୁ, ହେଲେ ନା ଉପଭୋକ୍ତା ଜାଣିପାରିଲେ ନା ବ୍ୟାଙ୍କ କର୍ତ୍ତୃପକ୍ଷ ଆଦିଅନ୍ତ ପାଇଲେ । ୬ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ଉଠାଇ ହରଣଚାଳ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସିଙ୍ଗିରିବଜାର ସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରୁ ।

ମିଳିଥିବା ସୂଚନା ଅନୁଯାୟୀ, ଆଳି ବନ୍ଧସାହି-ବିଲିକଣା ଗାଁର ସୁରେନ୍ଦ୍ର କୁମାର ନାୟକ, ଯିଏ ଦୁବାଇରେ ରୁହନ୍ତି । ଏହି ବ୍ୟାଙ୍କରେ ତାଙ୍କ ନାଁରେ ଦୁଇଟି ଆକାଉଣ୍ଟ ସହ ପତ୍ନୀ ଏବଂ ୨ ପୁଅଙ୍କ ନାଁରେ ମୋଟ୍ ୫ଟି ଆକାଉଣ୍ଟ ଖୋଲି ୭୦ଲକ୍ଷ ଟଙ୍କା ରଖିଥିଲେ । କିନ୍ତୁ ଏବେ ଆକାଉଣ୍ଟ ଖାଲି । ସେହିପରି ଗଲଫ କଣ୍ଟ୍ରିରେ ଥିବା ସିଙ୍ଗିରି ଗାଁର ଅଞ୍ଜନ ମହାଳିକଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଆଳି ପୋଲିସ ବ୍ୟାଙ୍କର ପିଅନ, ବ୍ୟାଙ୍କଷ୍ଟାଫ ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ମାମଲା ରୁଜୁ କରିବା ସହିତ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଏନେଇ କ୍ୟାମେରାସାମ୍ନାରେ ବ୍ୟାଙ୍କ କର୍ତ୍ତୃପକ୍ଷ ମୁହଁ ଖୋଲିନଥିଲେ ମଧ୍ୟ, ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି । ସେପଟେ ଏନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନି ।