Advertisment

ବ୍ୟାବସାୟିକ ପ୍ରତିଷ୍ଠାନ 'ଡିଏନ୍ ଗ୍ରୁପ' ଉପରେ ଆଇଟି ରେଡ୍, ୩୦ କୋଟି ଜବତ !

ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା

author-image
Prangyan Parimita
ଅଦ୍ୟତନ ହୋଇଛି
Income Tax dept raids

Income Tax dept raids

ଭୁବନେଶ୍ୱରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍। ଟିକସ ଫାଙ୍କିବା ଅଭିଯୋଗରେ ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ଚାଲିଛି। ଆଇଆର୍ ସି ଭିଲେଜ ସ୍ଥିତ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି । ନିର୍ଦ୍ଦେଶକଙ୍କ ସମେତ କଂପାନୀର ବରିଷ୍ଠ ଅଧିକାରୀଙ୍କ ଘରେ ବି ରେଡ୍ ଚାଲିଛି ।

Advertisment

ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ହୋଇଥିବା ସୂଚନା ମିଳିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।... ଇନ୍‌କମ୍‌ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟର୍ନ ଓଭର ହେଉଛି, ସେହି ଅନୁସାରେ ଏହି ବ୍ୟାବସାୟିକ ପ୍ରତିଷ୍ଠାନ ଇନ୍‌କମ୍‌ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, ଏହି ବ୍ୟାବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଛି । ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି । 

Advertisment

IT Raid
Advertisment
Advertisment