Advertisment

Hansita Abhilipsa Case: ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କୁ ଜେରା କରୁଛି ଆୟକର ବିଭାଗ, ଖୋଲିବ ସବୁ ଗୁମର

ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ ଶହେ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଏହାରି ଭିତରେ ଆୟକର ବିଭାଗ ହାତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଲାଗିଥିଲା। ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ନେଇ ପ୍ରମାଣ ମିଳିଛି ।

ଅଦ୍ୟତନ ହୋଇଛି
Hansita Abhilipsa Case

Hansita Anil Fraud Case

Advertisment

ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ । ହାଇପ୍ରୋଫାଇଲ ଠକ ଯୋଡି ହଂସିତା-ଅନୀଲଙ୍କୁ ଜେରା ଜାରି ରହିଛି । ଜେଲରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲଙ୍କୁ ଜେରା କରୁଛି ଆୟକର ବିଭାଗ । ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗ ପଚରାଉଚରା ଚଳାଇଛି । ଏଥିପାଇଁ ଆୟକର ବିଭାଗର ଦୁଇଟି ଟିମ୍ ଝାରପଡାରେ ପହଞ୍ଚିଛନ୍ତି ।

Advertisment

ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ ଶହେ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଏହାରି ଭିତରେ ଆୟକର ବିଭାଗ ହାତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଲାଗିଥିଲା। ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ନେଇ ପ୍ରମାଣ ମିଳିଛି । ଏହାରି ଭିତରେ ଏହି ମାମଲାରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ସମସ୍ତ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଜେରା କରୁଥିବା ସୂଚନା ମିଳିଛି ।

ଆଜିର ଜେରା ପରେ ଠକେଇ ମାମଲାରେ ଅନେକ ତଥ୍ୟ ସାମ୍ନାକୁ ଆସିବ । ହଂସିତା-ଅନୀଲଙ୍କ ଠକ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିଥିଲା କମିଶନରେଟ୍ ପୋଲିସ । କେମିତି ବିଷ୍ଣୁପ୍ରିୟା ଚାନ୍ଦରୁ ସାଜିଥିଲେ ହଂସିତା ଅଭିଲିପ୍ସା ତା'ର ସମ୍ପୂର୍ଣ୍ଣ ଗୁମର ଖୋଲିଥିଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ-ଜ୍ୱାଇଁ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଏହି ଠକ ଯୋଡି । ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Advertisment

ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହିବା ସହ ବିଲଡର,ଖଣି ବ୍ୟବସାୟୀଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଏବଂ ସହଯୋଗୀ ଅନୀଲ । ଏହି ଠକ ଯୋଡି ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ ।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

କିଛି ଦିନ ତଳେ ହାଇପ୍ରୋଫାଇଲ ଠକ ଯୋଡି ହଂସିତା- ଅନିଲ ମାମଲାରେ ହଂସିତା ଅଭିଲିପ୍ସାଙ୍କ ଦ୍ବିତୀୟ ସ୍ବାମୀ କୁହାଯାଉଥିବା ମନୋଜ କୁମାର ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ ଭି. ନରଂସିହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ମନୋଜଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ମନୋଜଙ୍କର ଗିରଫଦାରୀ ଭୟ କାହିଁକି ରହିଛି ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ । ତେବେ ପରବର୍ତ୍ତୀ ସମୟରେ ସେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ:ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି, ବହୁ କ୍ରିକେଟପ୍ରେମୀ ନିରାଶ

Commissionerate Police Crime News Bhubneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ