• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଏ କି ପ୍ରକାର ପ୍ରେମ ? କ’ଣ ବାସ୍ତବରେ ଏହାକୁ ପ୍ରେମ କୁହାଯିବ ? ନା ଏହି ସମ୍ପର୍କକୁ ଆପଣ ଆଉ କିଛି ନାଁ ଦେବେ ? ଏଭଳି ସମ୍ପର୍କକୁ ଆମେ ପ୍ରେମ କହି ପ୍ରେମର ମାନ ହାନି କରୁନାହୁଁ ତ ? ତାହାଲେ କ’ଣ କହିବା ଏହାକୁ ?

ଆପଣଙ୍କୁ ଆଉ ଅଧିକ ଦ୍ୱନ୍ଦ୍ୱରେ ନପକାଇ, ପୁରା ଘଟଣା ଉପରକୁ ଆସୁଛୁ । ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଆଉ ତାପରେ ନୂଆ କରି ତିଆରି ହୋଇଥିବା ଏକ ଘରର ପାଇଖାନା ଟାଙ୍କିରେ ତାଙ୍କ ମୃତଦେହକୁ ଫିଙ୍ଗି ଦେଇଛନ୍ତି । ଏହି ପୁରା ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ହେଉଛନ୍ତି ଆସିଆ । ସ୍ୱାମୀଙ୍କ ସାନ ଭାଇ ସୁହେଲ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଊଭୟଙ୍କୁ ଗୁରୁବାର ଗିରଫ କରାଯାଇଛି ।

ମୃତକ ଜଣକ ହେଲେ ସାଗର । ସେ ଜୁନ୍‌ ୬ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଆସିଆ ଓ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।ଅନେକ ଖୋଜାଖୋଜି ପରେ ପୋଲିସ ପାଇଖାନା ଟାଙ୍କିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ।  ୬ ତାରିଖରେ ସାଗର ନିଖୋଜ ହୋଇଥିବା ବେଳେ ୯ ତାରିଖରେ ପାଇଖାନା ଟାଙ୍କିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ମୃତଦେହ ଉଦ୍ଧାର ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରିବାର ଲୋକଙ୍କୁ ଜଣ ଜଣ କରି ଘଟଣା ସମ୍ପର୍କରେ ଟିକିନିଖି ପଚାରିଥିଲା । ପଚରାଉଚରା ପରେ ପୋଲିସ ଜାଣିପାରିଥିଲା ଯେ, ସାଗରକୁ ଉଭୟ ଦିଅର ଭାଉଜ ମିଶି ହତ୍ୟା କରିଛନ୍ତି । କାରଣ ଏମାନଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ କଥା ସାଗର ଜାଣିପାରିଥିଲା । ତାକୁ ତାକୁ ରାସ୍ତାରୁ ହଟାଇବା ପାଇଁ ସେମାନେ ପ୍ଲାନ୍‌ କରିଥିଲେ । ପଚରାଉଚରା ବେଳେ ଆଇସା ଓ ସୁହେଲ ନିଜ ଅପରାଧ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଆଇସା ନିଜ ସ୍ୱାମୀକୁ ହତ୍ୟା କରିବା ପରେ ବି ସେହି ଘରେ ସେ ରହୁଥିଲା ।

ଉଭୟ ନିଜ ଦୋଷ ସ୍ୱୀକାର କରିବା ପରେ ଜଣେ ଜଜ୍‌ଙ୍କୁ ଉପସ୍ଥିତିରେ ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।