Advertisment

ପୋଲିସକୁ ଦେଖି କାନ୍ଦିଲେ ମଦ ବେପାରୀଙ୍କ ସ୍ତ୍ରୀ

ଦେଶୀ ବିଦେଶୀ ଅନେକ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ୍।

author-image
Chandan Shishu
ଅଦ୍ୟତନ ହୋଇଛି
Illegal Liquor seized in Berhampur

Illegal Liquor seized in Berhampur

ଘରେ ବିକୁଥିଲେ ନକଲି ଓ ଚୋରା ମଦ। ଖବର ପାଇଁ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ହେଲେ ଭିତରୁ କବାଟ ଦେଇ ଆଉ ଖୋଲି ନଥିଲେ। ଚଢ଼ାଉ ପାଇଁ ଯାଇଥିବା ଟିମ୍ ନାକେଦମ ହୋଇଥିଲା। ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ଜଗଦଲପୁର ଗାଁରେ। ଆଜି ଅବକାରୀ ବିଭାଗ ଓ ପୋଲିସ୍ ଗାଁର ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ମଦ ବିକୁଥିବା ଖବର ପାଇଥିଲା।

Advertisment

ଚଢ଼ାଉ ପାଇଁ ଗଲା ବେଳେ ଘର ଭିତରୁ ମଦ ବେପାରୀଙ୍କ ସ୍ତ୍ରୀ କବାଟ ଦେଇ ଦେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲା ଚଢ଼ାଉ ଟିମ୍। ଶେଷରେ କୁକୁଡ଼ାଖଣ୍ଡି ତହସିଲଦାରଙ୍କ ଅଧ୍ୟକ୍ଷତାରେ ଘର କବାଟ ତାଡ଼ି ଭିତରକୁ ଯାଇ ପେଟି ପେଟି ମଦ ଜବତ ହୋଇଥିଲା।

ଦେଶୀ ବିଦେଶୀ ଅନେକ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ୍। ତେବେ ଏହି ସମୟରେ ଘର ଭିତରେ ଥିବା ଅଭିଯୁକ୍ତ ଲୋକନାଥଙ୍କ ସ୍ତ୍ରୀ ଗିରଫଦାରି ଭୟରେ କାନ୍ଦିଥିଲେ। ବାହୁନି ବାହୁନି ତହସିଲଦାର ଓ ଅବକାରୀ ଟିମ୍ ଆଗରେ କାନ୍ଦିଥିଲେ। 

Advertisment
Liquor Trader
Advertisment
Advertisment