Advertisment

Illegal Abortion Kits: ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ ?

ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ? ଯେଉଁଠି ମାଳ ମାଳ ଲେଡିଜ୍ ହଷ୍ଟେଲ, ସେଇଠି ବେଶି ମିଳୁଛି ଅନୱାଣ୍ଟେଡ୍ କିଟ୍ ! ଭୁବନେଶ୍ବର ନୟାପଲ୍ଲୀର N-1 ଅଞ୍ଚଳରେ ବେଆଇନ୍ ଭାବେ ଗର୍ଭପାତ କିଟ୍ ବିକ୍ରିର ଅଭିଯୋଗ ପରେ ଧରପଗଡ଼।

undefined

Illegal Abortion Kits

Advertisment

ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ। କାରଣ ବିନା ଡାକ୍ତରୀ ପ୍ରେସକ୍ରିପସନରେ ଗର୍ଭପାତ ପାଇଁ ଥିବା ଅନୱାଣ୍ଟେଡ୍ କିଟ୍ ବିକ୍ରିର ନିୟମ ନଥିଲା ବେଳେ ୟାକୁ କେହି ଯେମିତି ମାନିବାକୁ ନାରାଜ୍। ଏଭଳି ଅଭିଯୋଗକୁ ନେଇ ଡ୍ରଗ୍ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶରେ ରାଜଧାନୀ ଭୁବନେଶ୍ବରରେ ଆଜି ଜୋରଦାର ଧରପଗଡ଼ ହୋଇଛି। ବେଆଇନ୍ ଗର୍ଭପାତ କିଟ ବେପାରର ପୁଳା ପୁଳା ପ୍ରମାଣ ବି ମିଳିଛି।

Advertisment

ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ? ଯେଉଁଠି ମାଳ ମାଳ ଲେଡିଜ୍ ହଷ୍ଟେଲ, ସେଇଠି ବେଶି ମିଳୁଛି ଅନୱାଣ୍ଟେଡ୍ କିଟ୍ ! ଭୁବନେଶ୍ବର ନୟାପଲ୍ଲୀର N-1 ଅଞ୍ଚଳରେ ବେଆଇନ୍ ଭାବେ ଗର୍ଭପାତ କିଟ୍ ବିକ୍ରିର ଅଭିଯୋଗ ପରେ ଧରପଗଡ଼। ଡ୍ରଗ୍ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶରେ ଅନେକ ମେଡିସିନ୍ ଦୋକାନରେ ଆଜି ହୋଇଛି ମାରାଥନ୍ ରେଡ୍। ଆଉ ସାମ୍ନାକୁ ଆସିଛି ବେଆଇନ୍ ଭାବେ ଅନୱାଣ୍ଟେଡ୍ କିଟ୍ ବିକ୍ରିର ପୁଳାପୁଳା ପ୍ରମାଣ। କାରଣ ରେଜିଷ୍ଟରରେ କେଉଁଦିନ କେତେ ଗର୍ଭପାତ କିଟ୍ ବିକ୍ରି ହୋଇଛି, ତା ତ ଅଛି, କିନ୍ତୁ କାହାକୁ ବିକ୍ରି ହେଇଛି, କେଉଁ ଡାକ୍ତରଙ୍କ ପରାମର୍ଶରେ ବିକ୍ରି ହୋଇଛି ତାର ତଥ୍ୟ ନାହିଁ। ତେଣୁ ବର୍ଷ ବର୍ଷ ଧରି ବେଧଡ଼କଭାବେ ଏମିତି ବେଆଇନ୍ ଗର୍ଭପାତ କିଟ୍ ବିକ୍ରି ଚାଲି ଆସୁଥିଲା ବେଳେ ଏବେ ଶକ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଭଳି ମେଡିସିନ୍ ଦୋକାନର ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ବିଭାଗୀୟ ଅଧିକାରୀ।

ଅଧିକ ପଢନ୍ତୁ : ହନିମୁନ ଟ୍ରିପ୍‌ରେ ସ୍ୱାମୀକୁ ହତ୍ୟା ଘଟଣାର ବଡ଼ ଖୁଲାସା : ସ୍ତ୍ରୀ ଦେଇଥିଲା ସୁପାରୀ, ଏମିତି ରଚିଥିଲା ଷଡଯନ୍ତ୍ର...

Advertisment

ତେବେ ଗର୍ଭପାତ କିଟ୍ ବିକ୍ରି ପାଇଁ କଣ ରହିଛି ଗାଇଡ୍ ଲାଇନ୍ ? ଏସଓପି କହୁଛି, ଏହି କିଟ୍ ବିକ୍ରି କରିବା ପୂର୍ବରୂ ମେଡିସିନ୍ ଦୋକାନୀ ଗ୍ରାହକଙ୍କ ନିକଟରୁ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପ୍ରେସକ୍ରିପ୍ସନ ଦେଖିବା ନିହାତି ଜରୁରୀ। କେବଳ ସେତିକି ନୁହେଁ ଏଥିପାଇଁ OR ନମ୍ବର ବି ଦେବାକୁ ହେବ। ଅର୍ଥାତ ସୁରକ୍ଷିତ ଗର୍ଭପାତ ପାଇଁ ଥିବା ଏକ ଫର୍ମରେ ଉଭୟ ଗର୍ଭପାତ ପାଇଁ ଚାହୁଁଥିବା ଯୁବତୀ କିମ୍ବା ମହିଳା ଓ ଏଥିପାଇଁ ପରାମର୍ଶ ଦେଇଥିବା ଡାକ୍ତରଙ୍କ ଦସ୍ତଖତ ଥିବ। କିନ୍ତୁ ଡାକ୍ତରଙ୍କ ବିନା ଅନୁମତିରେ ଗର୍ଭନଷ୍ଟ ପାଇଁ ଅନୱାଣ୍ଟେଡ୍ କିଟ୍ ବ୍ୟବହାର ଦ୍ବାରା ସଂପୃକ୍ତ ଯୁବତୀଙ୍କ ପ୍ରବଳ ରକ୍ତସ୍ରାବ ସହ ଜୀବନ ପ୍ରତି ମଧ୍ୟ ଗୁରୁତର ବିପଦ ରହିଥିବା କହିଛନ୍ତି ବିଶେଷଜ୍ଞ।

ରାଜଧାନୀର ଚିତ୍ର ଯଦି ଏମିତି, ତାହେଲେ ସାରା ରାଜ୍ୟରେ ମହିଳାଙ୍କ ଜୀବନ ସହ ଖେଳୁଥିବା ଅସାଧୁ ମେଡିସିନ୍ ବ୍ୟବସାୟୀଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ଏବେ ତା ଉପରେ ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ