• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଖୋଲୁଛି ଥାନା ବାବୁ ସୁଶାନ୍ତ ଶପତଥୀଙ୍କ ଗୁମର । ତାଙ୍କର ୩୭ ଲକ୍ଷ ଟଙ୍କା ଜବତ ହେବା ପରେ ଏବେ ଓଲିଉଡ୍ ଲିଙ୍କ୍ ବାହାରିଛି । ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି । ଅଭିନୟ ତାଙ୍କର କେବଳ ଏକ ସଉକ ଥିଲା ନା ପରଦା ପଛରେ ଆଉ କିଛି କଥା, ତାହା ବଡ଼ ପ୍ରଶ୍ନ ।

ଓଲିଉଡରେ ସେ ନିଜର କଳା ଟଙ୍କା ଲଗାଇ ନାହାନ୍ତି ତ ? ଆଉ ଏକ ବଡ଼ କଥା ହେଲା- ଆଇଆଇସି ହେବା ପୂର୍ବରୁ ସୁଶାନ୍ତ ଥରେ ସସ୍‌ପେଣ୍ଡ୍‌ ହୋଇଥିଲେ । ୩ଟି ଜିଲ୍ଲାର ଏସ୍‌ପିଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିଲା । ଏହା ସତ୍ତ୍ୱେ ୨୦୨୩ରେ ଆଇଆଇସି ପଦବୀକୁ ପ୍ରମୋସନ ପାଇଥିଲେ ।    

ପ୍ରଥମେ ୨୦୧୨ରେ ଜଗତସିଂହପୁର ଏସ୍‌ପି ସୁୁଶାନ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୨୦୧୮ରେ  କଟକ ଏସ୍‌ପି ମଧ୍ୟ ଏପରି ନିର୍ଦ୍ଦେଶ ଦେଇଥିଲେ । ୨୦୨୦ରେ ରାୟଗଡ଼ା ଏସ୍‌ପି ସୁଶାନ୍ତଙ୍କୁ ପ୍ରଥମେ ତାଗିଦ କରିବା ପରେ ସସ୍‌ପେଣ୍ଡ୍‌ କରିଥିଲେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।

ପ୍ରଶ୍ନ ଉଠୁଛି, ଏତେ ସବୁ ବିବାଦ ସତ୍ତ୍ୱେ ସୁଶାନ୍ତ ଶପତଥୀ କେମିତି ପ୍ରମୋସନ ପାଇଲେ । ତାଙ୍କ ପଛରେ କେଉଁ ବଡ଼ ଲୋକଙ୍କ ଆଶୀର୍ବାଦ ଥିଲା କି ? ନଗଦ ୩୭ ଲକ୍ଷ ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ଏବେ ସେ ବୈପାରୀଗୁଡ଼ା ଜେଲ୍‌ରେ ଅଛନ୍ତି । ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ଆହୁରି ସ୍ଥାବର ଅସ୍ଥାବର ସଂପତ୍ତି ବାହାରିପାରେ ।