• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନିଷ୍ଠୁର ମାଆ ! ଜନ୍ମ କଲା ଝିଅକୁ ମାରିଦେଲା ମାଆ । ଘରେ ପ୍ରେମିକ ସହ ଦେଖି ଝିଅକୁ ମାରିଦେଲା ନୃଶଂସ ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ । ପୋଲିସ କହିବା ଅନୁସାରେ ବୁଧବାର ହାଇଦ୍ରାବାଦର ଜଣେ ମହିଳା ତାଙ୍କ ୧୯ ବର୍ଷର ଝିଅକୁ ପ୍ରେମିକ ସହ ତାଙ୍କ ଘରେ ଦେଖିବାକୁ ପାଇଥିଲେ । ପରେ ରାଗି ଯାଇ ଜନ୍ମ କଲା ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ମହିଳା ଜଣକ ତାଙ୍କ ଝିଅକୁ ଇବ୍ରାହିମପାଟନମ୍‌ରେ ତାଙ୍କ ଘରେ ହତ୍ୟା କରିଥିବା ପୋଲିସ କହିଛି । ଘରେ କେହି ନଥିବା ବେଳେ ତାଙ୍କ ଝିଅକୁ  ପ୍ରେମିକ ସହିତ ପାଇଥିଲେ । ବୁଧବାର ଦିନ ମହିଳା ଜଣକ ଖରାବେଳେ ଖାଇବା ପାଇଁ ଘରକୁ ଆସିଥିବା ବେଳେ ତାଙ୍କ ଝିଅକୁ ତାଙ୍କର ପ୍ରେମିକ ସହିତ ଦେଖିବାକୁ ପାଇଥିଲେ । ସେହି ସମୟରେ ଏଭଳି ଘଟଣା ଘଟିଥିଲା ।

ପୋଲିସର କହିବା ଅନୁଯାୟୀ ମହିଳା ଜଣକ ଏହା ଦେଖିବା ପରେ ତାଙ୍କ ଝିଅର ପ୍ରେମିକକୁ ଘରୁ ବାହାର କରି ଦେଇଥିଲେ । ପରେ ତାଙ୍କ ଝିଅଙ୍କୁ ମାଡ଼ ମାରିଥିଲେ ଓ ଶେଷରେ ମାରିଦେଇଥିଲେ। ଇବ୍ରାହିମପାଟନମ୍ ପୋଲିସ୍ ଅଧିକାରୀ ସତ୍ୟନାରାୟଣ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଅଭିଯୁକ୍ତ ମହିଳାଙ୍କ ସାନ ପୁଅ ହତ୍ୟାକାଣ୍ଡର ସାକ୍ଷୀ ରହିଛନ୍ତି । ତାଙ୍କ ମା’ଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । 

ପୋଲିସ ଆହୁରି କହିଛି ଯେ ମହିଳା ଜଣକ ତାଙ୍କ ଝିଅକୁ ମାଡ଼ ମାରୁଥିବା ବେଳେ ଝରକା ପଟେ ଦେଖିଥିଲା ସାନ ପୁଅ । ମହିଳା ଜଣକ ତାଙ୍କ ଝିଅକୁ ବିବାହ କରିବା ପାଇଁ ପସ୍ତାବ ମଧ୍ୟ ଖୋଜୁଥିଲେ । ଏଭଳି ଘଟଣା ଘଟିବାରୁ ରାଗିଯାଇ ତାଙ୍କ ଝିଅକୁ ହତ୍ୟା କରିଥିଲେ ।