/odishatv-khabar/media/post_attachments/uploadimage/library/16_9/16_9_0/Dog_Bite_1673940638.jpg)
Dog Bite
ଖାଦ୍ୟ ଡେଲିଭରୀ କରିବାକୁ ଯାଇଥିଲେ, ହେଲେ ଜୀବନ ହାରିଲେ । ଯାହାକୁ ଖାଦ୍ୟ ଦେବାକୁ ଯାଇଥିଲେ ତାଙ୍କରି କୁକୁର ପାଇଁ ଗଲା ଜୀବନ । ଏମିତି ଏକ ଦୃଦୟ ବିଦାରକ ଘଟଣା ଘଟିଛି ତେଲେଙ୍ଗାନାରେ । ଜଣେ ୨୩ ବର୍ଷିୟ ସ୍ୱିଗି ଡେଲିଭରୀ ବୟ, ଅର୍ଡର ଅନୁଯାୟୀ ଖାଦ୍ୟ ଡେଲିଭରୀ କରିବା ପାଇଁ ଯାଇଥିଲେ । ହେଲେ ଯେଉଁ ଘରେ ଖାଦ୍ୟ ପହଞ୍ଚାଇବାର ଥିଲା, ସେଠାରେ ଏକ ପୋଷା କୁକୁର ଜର୍ମାନ ସେଫର୍ଡ ରହିଥିଲା । ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
ଯାହାଫଳରେ ଜୀବନ ବଞ୍ଚାଇବାକୁ ଯାଇ ଡେଲିଭରୀ ବୟ ଜଣକ ୩ ମହଲା ଛାତରୁ ତଳକୁ ଡେଇଁପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ବଞ୍ଜାରା ହିଲ୍ସରେ ଥିବା ନିଜାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶୋକର ଛାୟା ଖେଳିଯାଇଛି । ଗରିବ ଘରର ପିଲାଟି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଡେଲିଭରୀ ବୟ ଭାବେ କାମ କରୁଥିଲା । ଯାହା ରୋଜଗାର ହେଉଥିଲା ସେତିକିରେ ଭାରି କଷ୍ଟେମଷ୍ଟେ ଘର ଚଳାଉଥିଲା । ତେବେ ତାର ଜୀବନ ଚାଲିଯିବା ପରେ ଏବେ ପରିବାର ଅବସ୍ଥା କ’ଣ ହେବ ? ପରିବାର କଥା ବୁଝିବ କିଏ ?
ଏହି ୨୩ ବର୍ଷିୟ ସ୍ୱିଗି ଡେଲିଭରୀ ବୟର ନାଁ ହେଲା ମହମ୍ମନ ରିଜୱାନ୍ । ଛାତରୁ ପଡ଼ିବା ପରେ ତାକୁ ବଞ୍ଜାରା ହିଲ୍ସରେ ଥିବା ସରକାରୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ସହ କୁକୁରର ମାଲିକ ସୋଭାନା ନାଁରେ ମାମଲା ମଧ୍ୟ ରୁଜୁ କରିଛି ।
Telangana | A Swiggy delivery boy,Rizwan died at a hospital in Banjara Hills PS limits.He was attacked by a pet dog while he went for delivery&fell down the first floor of the building while trying to escape. Banjara Hills Police registered a case against Shobana, the dog's owner
— ANI (@ANI) January 16, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)