Advertisment

Retired Soilder kills Wife: ସଇତାନ ସାଜିଲା ସ୍ବାମୀ, ହତ୍ୟା ପରେ ସ୍ତ୍ରୀକୁ ପ୍ରେସର କୁକରରେ ସିଝାଇଲା

କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।

undefined

Hyderabad

Advertisment

ସଇତାନ ସାଜିଲା, ଜହ୍ଲାଦ ପାଲଟିଗଲା ସ୍ବାମୀ। କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।

Advertisment

ପ୍ରଥମେ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଶରୀରକୁ କାଟିଲା। ହାଡ-ମାଂସ ଅଲଗା କରିବାକୁ ହେମଦସ୍ତାରେ ଛେଚିଲା। ପ୍ରେସର କୁକରରେ କଟା ଖଣ୍ଡକୁ ସିଝାଇଲା ଓ ପରେ ହ୍ରଦରେ ଫିଙ୍ଗିଦେଲା। ବର୍ବର, ବୀଭତ୍ସ, ନୃଶଂସ ହତ୍ୟାକାଣ୍ଡ। ଅମାନୁଷିକତାର ଶେଷ ସୀମା ଡେଇଁ ମଣିଷ ଏଭଳି ଲୋମଟାଙ୍କୁରା କାଣ୍ଡ ଭିଆଇବ ତାହା କଳ୍ପନା ବାହାରେ। ତଥାପି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ହାଇଦ୍ରାବାଦରେ। ଜଣେ ପୂର୍ବତନ ସେନା କର୍ମଚାରୀଙ୍କ କ୍ରୁରତା ଆସିଛି ସାମନାକୁ। ସ୍ବାମୀ ଗୁରୁମୂର୍ତ୍ତି ନରପିଶାଚ ସାଜି ୩୫ ବର୍ଷିୟା ପତ୍ନୀ ଭେଙ୍କଟ ମାଧବୀଙ୍କ ଜୀବନ ନେଇଛି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

୧୬ ଜାନୁଆରୀ। ମାଧବୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର। ତଦନ୍ତ ବେଳେ ସ୍ବାମୀ ଗୁରୁମୂର୍ତ୍ତିଙ୍କ ଉପରେ ବଢିଥିଲା ପୋଲିସର ସନ୍ଦେହ। ଆଉ, ଜେରା ବେଳେ ସତ ମାନିଯାଇଥିଲା ହତ୍ୟାକାରୀ ସ୍ବାମୀ। କହିଥିଲା, ୧୩ ବର୍ଷ ତଳେ ମାଧବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ଦୁଇଟି ସନ୍ତାନ ବି ଅଛନ୍ତି। ହେଲେ ପାରିବାରିକ କଳହ ଲାଗି ରହୁଥିଲା। ଘଟଣା ଦିନ ଚରମରେ ପହଁଚିଥିଲା ଗୁରୁମୂର୍ତ୍ତିର ରାଗ। ପତ୍ନୀଙ୍କୁ ବାଡେଇ ବାଡେଇ ହତ୍ୟା କରିବା ପରେ ବାଥରୁମରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା। ପରେ ହେମଦସ୍ତାରେ କଟା ଖଣ୍ଡକୁ ଛେଚି ହାଡ-ମାଂସ ଅଲଗା କରିଥିଲା। ହାଡକୁ ମାଟିରେ ପୋତିବା ସହ ୩ ଦିନ ଯାଏ କଟା ମାଂସକୁ ଅଳ୍ପ ଅଳ୍ପ କରି ପ୍ରେସର କୁକରରେ ସିଝାଇଥିଲା। ପରେ ପଲିଥିନରେ ଭର୍ତ୍ତି କରି ଫୋପାଡି ଦେଇଥିଲା ପାଖ ହ୍ରଦରେ।

Advertisment

୨୦୧୩ରେ ସମାନ ଘଟଣା ଘଟିଥିଲା ଓଡ଼ିଶାରେ। ଅବସରପ୍ରାପ୍ତ ଲେଫଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡା ପତ୍ନୀ ଉଷଶ୍ରୀ ସାମଲଙ୍କୁ ଷ୍ଟିଲ ଟର୍ଚ୍ଚ ପିଟି ହତ୍ୟା କରିଥିଲେ। ପରେ ମରଶରୀରକୁ ୩ ଶହ ଖଣ୍ଡ କରି ୨୨ଟି ଟିଫିନ ବକ୍ସରେ ରଖିଥିଲେ। ସେହିପରି ଗତବର୍ଷ ବେଙ୍ଗାଲୁରୁରେ ବି ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲା ପ୍ରେମିକ ମୁକ୍ତି ରଂଜନ ରାୟ। ମରଶରୀରକୁ ୫୯ ଖଣ୍ଡ କରି କାଟିବା ପରେ ତାକୁ ଫ୍ରିଜରେ ରଖି ଓଡ଼ିଶା ଚାଲି ଆସିଥିଲା। ସେହିପରି ୨୦୨୨ରେ ୨୬ ବର୍ଷୀୟ ଶ୍ରଦ୍ଧା ୱାକରଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ପ୍ରେମିକ ଆଫତାବ।

ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Advertisment
Murder Hyderabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ