Advertisment

Double Murder In Rayagada: ଚାଞ୍ଚଲ୍ୟ ! ସରପଞ୍ଚଙ୍କ ସ୍ୱାମୀ, ଶ୍ୱଶୁରଙ୍କୁ ହାଣି ଫିଙ୍ଗିଦେଲେ...

ରାୟଗଡ଼ା ଜିଲ୍ଲା ଲିକିଟିପଦର ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ବୀଭତ୍ସ ହତ୍ୟା । ଗାଁ ଦାଣ୍ଡରେ ପଡିଛି ବାପ-ପୁଅଙ୍କ ମୃତଦେହ । ପୋଲିସ ଓ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଅଦ୍ୟତନ ହୋଇଛି
Double Murder

Double Murder

Advertisment

ରାୟଗଡ଼ାରେ ଡବଲ ମର୍ଡର । ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ବୀଭତ୍ସ ହତ୍ୟା । ବାପ-ପୁଅଙ୍କୁ ନିର୍ମମ ଭାବେ ହାଣି ଗାଁ ଦାଣ୍ଡରେ ଫିଙ୍ଗିଦେଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ଅନ୍ତର୍ଗତ ସାରିଗାଡ଼ା ଗ୍ରାମରେ ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ମୃତ ବାପ-ପୁଅ ହେଲେ ଲିକିଟିପଦର ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସେମେରା ଗମାଙ୍ଗ । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । 

Advertisment

ଅଧିକ ପଢ଼ନ୍ତୁ: ତଣ୍ଟି କାଟି ହତ୍ୟା କଲେ, ଜଙ୍ଗଲରେ ଶବ ଫିଙ୍ଗି ଫେରାର୍ ହୋଇଗଲେ

ଗାଁ ଦାଣ୍ଡରେ ପଡ଼ିଛି ବାପ ଓ ପୁଅଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । କିଏ ଓ କାହିଁକି ହତ୍ୟାକଲା ସେନେଇ କିଛି ଜଣାପଡିନି । ଖବର ପାଇ ପଦ୍ମପୁର ପୋଲିସ ଓ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ତେବେ ଦିନକୁ ଦିନ ଅଶାନ୍ତ ହୋଇପଡୁଛି ପଦ୍ମପୁର ବ୍ଲକ । ବିଭିନ୍ନ ସମୟରେ ଅପରାଧିକ ଘଟଣାମାନ ଘଟୁଛି । ଏବେ ପୁଣି ଦୁଇ ଜଣଙ୍କୁ ନିର୍ମମ ହତ୍ୟା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

ଅଧିକ ପଢ଼ନ୍ତୁ: ମୁଣ୍ଡରେ ସତ ସତିକା ନାଗକୁ ଧରି ନାଗିନ୍ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ

Rayagada Double Murder Father Son Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ