• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଞ୍ଚ ମାସ ତିଷ୍ଠିଲାନି ସମ୍ପର୍କ । ପରକୀୟା ପ୍ରେମ ପାଇଁ ପତ୍ନୀକୁ ହତ୍ୟା । ସାତ ଜନ୍ମକୁ ସାଥୀ ହେବା ପାଇଁ କଥା ଦେଇଥିବା ସ୍ୱାମୀ ନିଜ ହାତରେ ହିଁ ସ୍ତ୍ରୀକୁ ମାରିଦଇଛି । ମହାରାଷ୍ଟ୍ରର ପୁଣେରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପୁଣେ ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଜଣେ ୨୩ ବର୍ଷିୟ ସ୍ୱାସ୍ଥ୍ୟ କର୍ମଚାରୀ ପତ୍ନୀଙ୍କୁ ମାରାତ୍ମକ ଇଞ୍ଜେକ୍ସନ୍‌ ଦେଇ ହତ୍ୟା କରିଛି । ଆଉ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇ ପୋଲିସକୁ ଚକମା ଦେବାକୁ ଚେଷ୍ଟା ମଧ୍ୟ କରିଛି ।

ଅଭିଯୁକ୍ତ ସ୍ୱପ୍ନିଲ ସାୱନ୍ତଙ୍କ ସହ ମାତ୍ର ପାଞ୍ଚ ମାସ ପୂର୍ବରୁ ପ୍ରିୟଙ୍କାଙ୍କ ବିବାହ ହୋଇଥିଲା । ମୁଲସି ତହସିଲର କସାର ଅମ୍ବୋଲି ଗାଁରେ ଏକ ଭଡ଼ାଘର ନେଇ ଉଭୟେ ରହୁଥିଲେ । ହେଲେ ବିବାହର ଅଳ୍ପ ଦିନରେ ହିଁ ନିଜ ହସ୍ପିଟାଲର ଜଣେ ନର୍ସଙ୍କ ପ୍ରେମରେ ପଡ଼ିଥିଲା ଅଭିଯୁକ୍ତ । ଆଉ ପ୍ରେମିକାକୁ ବିବାହ କରି ପୁଣି ଥରେ ସଂସାର ଗଢ଼ିବା ପାଇଁ ଚାହୁଁଥିଲା, ହେଲେ ଏଥିରେ କଣ୍ଟା ସାଜୁଥିଲେ ପତ୍ନୀ । ଶେଷରେ ପତ୍ନୀକୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ।

ନଭେମ୍ବର ୧୪ରେ ସ୍ୱପ୍ନିଲ ସାୱନ୍ତଙ୍କ ପତ୍ନୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ ।

ଅଧିକ ପଢ଼ନ୍ତୁ: ବୀମା ଟଙ୍କା ପାଇଁ ଗର୍ଭବତୀ ସ୍ତ୍ରୀକୁ ୧୦୦୦ ଫୁଟ ଉଚ୍ଚରୁ ଠେଲିଦେଲା ସ୍ୱାମୀ

ଇନ୍ସପେକ୍ଟର ମନୋଜ ଯାଦବ କହିଛନ୍ତି, " ଛାନଭିନ୍‌ ସମୟରେ ପ୍ରିୟଙ୍କାଙ୍କ ହାତଲେଖା ଏକ ସୁଇସାଇଡ୍ ନୋଟ ମିଳିଥିଲା ​​ । ହେଲେ ପଚରାଉଚରା ସମୟରେ ଏକ ବଡ଼ ସୁରାଗ ପୋଲିସ୍ ହାତରେ ଲାଗିଥିଲା । ସ୍ୱପ୍ନିଲ୍ ଭେକୁରୋନିଅମ୍ ବ୍ରୋମାଇଡ୍, ନାଇଟ୍ରୋଗ୍ଲେସିରିନ୍ ଇଞ୍ଜେକ୍ସନ୍ ଏବଂ LOX ସହିତ କିଛି ମାରାତ୍ମକ ଇଞ୍ଜେକସନ୍‌ ଚୋରି କରିଥିବା ଜଣାପଡିଥିଲା । ସେ ଯେଉଁ ଡାକ୍ତରଖାନାରେ କାମ କରୁଥିଲା, ସେଠାରୁ ହିଁ ଏସବୁ ଜିନିଷ ଚୋରି କରିଥିଲା । ଆଉ ଏହି ସବୁ ଇଞ୍ଜେକ୍ସନ୍ ଦେଇ ସେ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିବା ସହ ତା ବିରୋଧରେ ଏକ ମାମଲା ରୁଜୁ ହୋଇଛି ।