• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀସ୍ତ୍ରୀଙ୍କ ସ୍ନେହଭରା ସମ୍ପର୍କ ବିଶ୍ୱାସର ଡୋରୀରେ ବନ୍ଧା । ଜଣଙ୍କ ବିନା ଆଉ ଜଣଙ୍କର ସ୍ଥିତି ନାହିଁ । ଜୀବନ ରୂପକ ସିନ୍ଧୁରେ ହାତ ଧରାଧରି ହୋଇ ପାରି ହୋଇଥାଆନ୍ତି ଉଭୟ । ହେଲେ ବିଶ୍ୱାସ ଓ ବନ୍ଧୁତାରେ ପରିପୂର୍ଣ୍ଣ ଏହି ସମ୍ପର୍କରେ ବେଳେବେଳେ ପ୍ରତାରଣା ଘର କରିଯାଏ, ସବୁକିଛି ଛାରଖାର ହୋଇଯାଏ । କେତେବେଳେ ଅବୈଧ ସମ୍ପର୍କ ତ ଆଉ କେତେବେଳେ ଟଙ୍କା ତଥା ସମ୍ପତ୍ତି, ସୁନାର ସଂସାରରେ ନିଆଁ ଲଗାଇଦିଏ । ନିକଟରେ ତୁର୍କିରେ ଏପରି ଏକ ଘଟଣା ଘଟିଛି । ବୁଲାଇନେବା ବାହାନାରେ ଜଣେ ଯୁବକ ତାଙ୍କ ଗର୍ଭବତୀ ସ୍ତ୍ରୀକୁ ୧୦୦୦ ଫୁଟ ଉଚ୍ଚରୁ ତଳକୁ ଠେଲିଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ମଦୁଆ ପୁଅର ନିର୍ଯାତନା ସମ୍ଭାଳି ପାରିଲେନି ବାପାମାଆ; ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି

୪୦ ବର୍ଷିୟ ହକାନ୍ ଆୟସାଲ୍ ତାଙ୍କ ପତ୍ନୀ ସେମ୍ରାଙ୍କୁ ତୁର୍କୀର ମୁଗଲାସ୍ଥିତ ବଟରଫ୍ଲାଇ ଉପତ୍ୟକାକୁ ବୁଲେଇ ନେଇଥିଲା । ସେମ୍ରା ବି ସ୍ୱାମୀଙ୍କ ସହ କିଛି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ଖୁବ ଖୁସି ଥିଲେ । ସେ କ’ଣ ଜାଣିଥିଲେ, ମନର ମଣିଷଟା ସାମାନ୍ୟ କେଇଟା ଟଙ୍କା ପାଇଁ ଧୋକା ଦେବ କି ଜୀବନ ନେଇଯିବ । ବୁଲେଇନେବା କେବଳ ଅଭିଯୁକ୍ତର ବାହାନା ଥିଲା । ପୂର୍ବରୁ ସ୍ତ୍ରୀକୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା । ଶେଷରେ ବୀମା ଟଙ୍କା ପାଇବା ପାଇଁ ସେମ୍ରାଙ୍କୁ ପାହାଡରୁ ଠେଲି ଦେଇଥିଲା ହକାନ୍ ।

ବର୍ତ୍ତମାନ ସ୍ତ୍ରୀକୁ ମାରିବା ଅଭିଯୋଗରେ ତାଙ୍କୁ ଆଜୀବନ ଦଣ୍ଡବିଧାନ ଦିଆଯାଇଛି । ଅଦାଲତର ଶୁଣାଣି ଅନୁଯାୟୀ, ସେମ୍ରା ଉଚ୍ଚତାକୁ ଡରୁଥିଲେ ମଧ୍ୟ ଜାଣିଶୁଣି ତାଙ୍କୁ ପାହାଡ ଉପରକୁ ନେଇଥିଲା ଅଭିଯୁକ୍ତ । ଆଉ ସେଠାରେ ସେଲଫି ନେବା ବାହାନାରେ ସ୍ତ୍ରୀକୁ ଠେଲି ଦେଇଥିଲା ।

ତେବେ ଛାନଭିନ୍ ସମୟରେ ପୋଲିସ୍‌ ହାତରେ ଏକ ଭିଡିଓ ଲାଗିଛି । ଜଣେ ଟୁରିଷ୍ଟ୍‌ ଭିଡିଓ ଉତ୍ତୋଳନ କରୁ କରୁ ସେହି ସମୟର ଦୃଶ୍ୟ କ୍ୟାମେରାରେ କଏଦ୍‌ କରିନେଇଥିଲେ । ତେବେ ସ୍ୱାମୀର ଗତିବିଧିରୁ ସ୍ପଷ୍ଟ ଜଣାପଡ଼ୁଥିଲା କେହି ନା କେହି ଜଣେ ଉପରୁ ଖସିପଡ଼ିବ ।

ସେହିପରି ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସ୍ତ୍ରୀକୁ ଠେଲି ଦେବା ପରେ ଖୁବ୍‌ ଶାନ୍ତ ଦେଖାଯାଉଥିଲା ଅଭିଯୁକ୍ତ । ମନରେ ଟିକିଏ ବୋଲି ଅବଶୋଷ ନଥିଲା । ବରଂ ଅଭିନୟ କରି ସାହାଯ୍ୟ ପାଇଁ ଚାରିଆଡ଼େ ଗୁହାରୀ କରୁଥିଲା ।

ମୃତ୍ୟୁ ପୂର୍ବରୁ ସ୍ତ୍ରୀଙ୍କ ନାମରେ ହକାନ ୪୦,୦୦୦ ପାଉଣ୍ଡରୁ ଅଧିକ ବ୍ୟକ୍ତିଗତ ଦୁର୍ଘଟଣା ବୀମା କରାଇଥିଲା। ସେମ୍ରାର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ପରେ ଅସଲ କଥା ଜଣାପଡ଼ିଛି । ଏବେ ସ୍ତ୍ରୀକୁ ଠେଲି ମାରିବା ପରେ ଟଙ୍କା ତ ମିଳିବନି, ଜେଲରେ କଟିବ ଅଭିଯୁକ୍ତ ସ୍ୱାମୀର ବାକି ଜୀବନ ।