Advertisment

Film-Style Crackdown: ନଈ ମଝିରେ ବଡ଼ ଆକ୍ସନ୍, ବେଆଇନ୍ ବାଲି ଖନନ ବେଳେ ଫିଲ୍ମ ଷ୍ଟାଇଲ୍ ରେଡ୍

ବାଲେଶ୍ବରରେ ବାଲିମାଫିଆଙ୍କ ପ୍ରାଦୁର୍ଭାବକୁ ଚେକ୍ ଦେବାକୁ ପ୍ରଶାସନର ବଡ଼ ଆକ୍ସନ। ବେଆଇନ୍ ବାଲି ଖନନ ରୋକିବାକୁ ରେଡ୍ ବେଳେ ନଈକୁ ଡେଇଁ ପହଁରି ପହଁରି ମାଫିଆଙ୍କ ପିଛା କଲେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଦୁଇ ଅଧିକାରୀ। ଜଣେ ପୋଲିସ ଓ ଅନ୍ୟ ଜଣେ ଖୋଦ୍ ମାଇନିଂ ଅଧିକାରୀ। ମାଫିଆ ଖସିଗଲେ ସତ ହେଲେ ନୀଳଗିରି ଅଞ୍ଚଳରେ ବାଲିମାଫିଆଙ୍କ ବିରୋଧରେ ପ୍ରଶାସନର ଏ ଆକ୍ସନକୁ ନେଇ ଏବେ ସବୁଠି ଚର୍ଚ୍ଚା।....

author-image
Tapan Kumar Swain
Raid

Raid

ପୂରା ଫିଲ୍ମି ଷ୍ଟାଇଲ୍ । ନଈ ପାଣିରେ ଗୋଡ଼ାଗୋଡ଼ି । ଭେଳାଭର୍ତ୍ତି ବାଲିସହ ନଈ ମଝିରେ ବାଲି ମାଫିଆ ।
ଗାମୁଛା ଓ ହ୍ୟାପପ୍ୟାଣ୍ଟ ପିନ୍ଧା ଅବସ୍ଥାରେ ପହଁରି ପହଁରି ପିଛା କଲେ ଖଣି ଅଧିକାରୀଙ୍କ ସହ ସାହାସୀ ପୋଲିସ୍ ବାବୁ। ମାଫିଆ ଖସିଗଲେ ସତ, ହେଲେ ଜବତ ହେଲା ନଦୀ ଗର୍ଭରୁ ବାଲିଉଠାଣରେ ବ୍ୟବହୃତ ପାଞ୍ଚ ପାଞ୍ଚଟି ଭେଳା।ବାଲେଶ୍ବର ନୀଳିଗିରି ସିଂଘିରି ଗାଁ ନିକଟ ସୋନ ନଦୀର ଘଟଣା। ସୂଚନା ମିଳିଲା ଅଭିନବ ତରିକାରେ ଏମିତି ଭେଳାବାନ୍ଧି ସୋନନଦୀ ଗର୍ଭରୁ ବାଲି ଉଠାଇ ଚୋରାଚାଲାଣ କରୁଛନ୍ତି ବାଲି ମାଫିଆ।

Advertisment

ଫଳରେ ମାଫିଆଙ୍କୁ ସାବାଡ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ସ୍ଥାନୀୟ ପ୍ରଶାସନ। ଜଣେ ଜୁନିୟର ମାଇନିଂ ଅଫିସର ଏବଂ ସବଇନସପେକ୍ଟର ରାଙ୍କର ପୋଲିସ ଅଧିକାରୀଙ୍କ ସହ ଆଜି ସକାଳୁ ହୋଇଥିଲା ଅଚାନକ ରେଡ୍।ଅଧିକାରୀଙ୍କୁ ଦେଖି ବାଲି ମାଫିଆ ଭେଳା ସହ ନଦୀ ଗର୍ଭକୁ ଚାଲିଯିବାରୁ ବର୍ଦ୍ଦିଛାଡ଼ି ଗାମୁଛା ଓ ହ୍ୟାପ୍ ପ୍ୟାଣ୍ଟ ପିନ୍ଧି ଏମିତି ନଈକୁ ଡେଇଁଥିଲେ ଜଣେ କନେଷ୍ଟବଳ ସନ୍ତୋଷ ରାଉତଙ୍କ ସହ ଖୋଦ୍ ନୀଳଗିରି ଜୁନିୟର ମାଇନିଂ ଅଫିସର ଜିତେନ୍ଦ୍ର ଦାସ।

ଆଉ ପାଣି ଭିତରେ ଦୀର୍ଘ ସମୟର ଛକାପନ୍ଝା ପରେ ସବୁ ବାଲି ମାଫିଆ ଭେଳା ଛାଡ଼ି ଅପରପଟକୁ ଫେରାର ମାରିବାକୁ ସକ୍ଷମ ହୋଇଥିଲେ ବି ଭେଳାଗୁଡ଼ିକୁ ଜବତ କରିବାକୁ ସକ୍ଷମ ହୋଇଥିଲା ପୋଲିସ୍। ଆଉ ଇଏ ବାଲିଉଠା ଭେଳା ସହ ପୋଲିସ ଓ ଖଣି ଅଧିକାରୀ କୂଳକୁ ଫେରିବାର ଦୃଶ୍ୟ।...ବେଶ୍ କିଛିଦିନ ହେବ ସାରାନୀଳଗିରି ଅଞ୍ଚଳରେ ବଢୁଥିବା ବାଲିମାଫିଆଙ୍କ ପ୍ରାଦୁର୍ଭାବ ଭିତରେ ଅଧିକାରୀଙ୍କ ଏ ଆକ୍ସନକୁ ନେଇ ମାଫିଆଙ୍କ ଭିତରେ ହଡ଼କମ୍ପ।... 

Advertisment

ଏପଟେ ଜଳେଶ୍ବର ସୁବର୍ଣ୍ଣରେଖା ନଦୀତଟ ଅଞ୍ଚଳରେ ବାଲିମାଫିଆଙ୍କ ଉପଦ୍ରବରେ ତ୍ରାହି ତ୍ରାହି ଜନତା। ଭଲଭାବେ ଦେଖନ୍ତୁ ଏ ଦୃଶ୍ୟକୁ। ନୀଳଗିରି ଅଞ୍ଚଳରେ ଭେଳା ତ ଏଠି ଡଙ୍ଗା ସାହାଯ୍ୟରେ କେମିତି ନଦୀଗର୍ଭରୁ ଚାଲିଛି ବେଧଡ଼କ ବାଲି ଉଠାଣ। ପାଣିରୁ ବାଲିକୁ ଛାଣି ନୌକାରେ ଭର୍ତ୍ତି କରାଯାଉଛି, ବାଲିଭର୍ତ୍ତି ଡଙ୍ଗାକୁ କୂଳକୁ ଆଣି ପୂରା ନଈଦାଢ଼ରୁ ଟ୍ରାକ୍ଟରରେ ଲୋଡ୍ କରି ହେଉଛି ଚୋରା ଚାଲାଣ। ବର୍ଷାଋତୁରେ ନଈ ଭରିକି ଥିବାରୁ ସମସ୍ତ ସରକାରୀ ବାଲି ସୈରାତ ବନ୍ଦ। ତେଣୁ ତାରି ସୁଯୋଗରେ ବାଲିମାଫିଆମାନେ ଜଳେଶ୍ବର ଭୋଗରାଇ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏଇ ଢଙ୍ଗରେ ବାଲି ଉଠାଇ ପଡ଼ୋଶୀ ପଶ୍ଚିମବଙ୍ଗ ଅଞ୍ଚଳକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି।

ବଡ଼ କଥା ହେଉଛି ନଦୀକୂଳରୁ ବେଆଇନ୍ ବାଲିଖନନ ସହିତ ପଥରସ୍ପରରେ ପ୍ରସ୍ତୁତ ଘେରିବନ୍ଧ ଏବଂ ନଦୀପଠାକୁ କାଟି ଟ୍ରାକ୍ଟର ଯୋଗେ ବାଲିଉଠାଣ କରାଯାଉଛି। ଯେଉଁଥିପାଇଁ ବିପଦରେ ପଡ଼ିଛନ୍ତି ନଦୀ କୂଳିଆ ଗାଁ। ଏଇ ଯେମିତି ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ଆରୁହାବୁର୍ତ୍ତି, ହରିଣକୁଲି ଓ ମିଆଁପାଟଣା ଗାଁ। ଲୋକଙ୍କ ଅଭିଯୋଗ ବାଲି ମାଫିଆଙ୍କ ଏ ପ୍ରାଦୁର୍ଭାବ ପାଇଁ ନଈରେ ଟିକେ ପାଣି ପଡ଼ିଲେ ଗାଁ ବୁଡୁଛି, କିନ୍ତୁ ମାଫିଆଙ୍କୁ ଜବତ କରିବା ଦିଗରେ ପ୍ରଶାସନ ହାତବାନ୍ଧି ବସିଛି। ହେଲେ ଏନେଇ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।...

ଅଧିକ ପଢ଼ନ୍ତୁ: ଧୃତରାଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଶର ମାରିଲେ ଶ୍ରୀମୟୀ, ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ କଟାକ୍ଷ 

Mining Mafia Raid Sand Mafia
Advertisment
Related Articles
Advertisment