• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଣେ କହୁଛନ୍ତି ଫୋଡ଼ା ଶିଖିଛି, ଯଦି କେହି ଇଞ୍ଜେକସନ୍ ଆଣୁଛି ମୁଁ ଫୋଡି ଦେଉଛି, ନ ହେଲେ ସେମିତି କିଛି ନାହିଁ । ଆଉ ଜଣେ କହୁଛନ୍ତି, ବାହାରୁ ନେଇ ଆସେ, ଥଣ୍ଡା କାଶ ହେଲେ ପାରାସିଟାମଲ ଦେଇ ଦିଏ । ଆମର ଏଠି ଡାକ୍ତର ନାହାନ୍ତି । ତେଣୁ ମୁଁ ଜାଣିଛି ବୋଲି ସାଧା ସିଧା ଔଷଧ ଦେଇ ଦେଉଛି ନ ହେଲେ ମୋର ସେମିତିି କିଛି ଶିକ୍ଷାଗତ ଯୋଗ୍ୟତା ନାହିଁ ।

ଖାଲି ଏ ଦୁଇଟି କଥା ନୁହେଁ ସାରା ଓଡିଶା ରେ ଏବେ ଏମିତି ହିଁ ଚାଲିଛି । ଯେଉଁଠି ଦେଖିବେ ସେଠି ନା ଶିକ୍ଷାଗତ ଯୋଗ୍ୟତା ଅଛି, ନା ଅଛି ଲାଇସେନ୍ସ । କିନ୍ତୁ ପୂରା ଅଭିଜ୍ଞ ଫାର୍ମାସିଷ୍ଟଙ୍କ ଭଳି ଷ୍ଟେଥୋସ୍କୋପ୍ ପକାଇ ଚେକ୍ କରୁଛନ୍ତି, ମାପୁଛନ୍ତି ବ୍ଲଡ୍ ପ୍ରେସର । ନା କେହି ପଚାରିବାକୁ ଅଛି ନା ସରକାର ଜଗୁଛି । ଉପାନ୍ତ ଇଲାକାରେ ଏବେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା । ଉଦଳା.. ରାଇରଙ୍ଗପୁର.. ସୋର.. ସାରା ଓଡିଶାରେ ଏବେ ଏମିତି କ୍ୱାକମାନେ ହିଁ କରୁଛନ୍ତି ରୋଗୀସେବା ।

ଅଧିକ ପଢ଼ନ୍ତୁ: ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା!

ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଅଞ୍ଚଳରେ ବି ସମାନ ସ୍ଥିତି । ଏଠି ଡାକ୍ତର ଅଭାବରୁ ଗ୍ରାମାଞ୍ଚଳରେ ମାତିଛନ୍ତି କ୍ୱାକ୍ । ନକଲି ଡାକ୍ତରଙ୍କ ମନଇଛା ମେଡିସିନ୍ ଖାଉଛନ୍ତି ଗରିବଗୁରୁବା ଆଦିବାସୀ ଲୋକେ । ତେଣିକି ଯାହା ଭାଗ୍ୟରେ ଥିବ । ସୂଚନା ଅନୁସାରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ୩୭ ଜଣ ଡାକ୍ତର ଆବଶ୍ୟକଥିବା ବେଳେ ଅଛନ୍ତି ମାତ୍ର ୮ ଜଣ । ଖାଲି ରାଇରଙ୍ଗପୁର ନୁହେଁ ବିଜାତଳା, ଜାମଦା, ବହଲଦା, ବିଶୋଇ, କୁସୁମୀ ବ୍ଲକରେ ମଧ୍ୟ ସମାନ ସ୍ଥିତି । କ୍ୱାକ୍‌ମାନେ ହିଁ ସର୍ବେସର୍ବା । ବେଧଡକ୍ ଖୋଲିଛନ୍ତି କ୍ଲିନିକ୍, ମନ ଇଛା ଦେଉଛନ୍ତି ଔଷଧ । ସେହିପରି ବାଲେଶ୍ୱର ଜିଲ୍ଲା ର ସୋର, ବାହାନଗା, ଔପଦା, ସିମୁଳିଆ ଅଞ୍ଚଳରୁ ବି ଆସିଛି ସମାନ ଚିତ୍ର ।

OTV is now on Whatsapp

Join and get latest news update delivered to you via whatsapp

Join Now