• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଛାତ୍ରୀଙ୍କୁ ଅସଦାଚାରଣ କରି ନିର୍ଧୁମ ମାଡ ଖାଇଲେ ପ୍ରଧାନଶିକ୍ଷକ । ବାଲେଶ୍ୱର ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ନେଇ ସ୍କୁଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । 

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଗୋବିନ୍ଦ ଜେନା ସ୍କୁଲର ଜୈନିକା ଛାତ୍ରୀଙ୍କୁ ଅସଦlଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଆଜି ସ୍କୁଲ ପରିସରରେ ଅଭିଭାବକ ଓ CRCC ସହ କିଛି ଶିକ୍ଷକଙ୍କୁ ନେଇ ସ୍କୁଲ କମିଟି ଏକ ବୈଠକ ଆୟୋଜନ କରିଥିଲା । ବୈଠକରେ ପ୍ରଧାନଶିକ୍ଷକଙ୍କୁ ବହିଷ୍କାର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଅଭିଭାବକ ।

ତେବେ ଆୟୋଜିତ ବୈଠକରେ ଏଭଳି ଭୁଲ କରିଛି ବୋଲି ସ୍ୱୀକାର କରି ସର୍ବ ସମ୍ମୁଖରେ କ୍ଷମା ପାର୍ଥନା କରିଥିଲେ ପ୍ରଧାନ ଶିକ୍ଷକ । ଆଉ ପରବର୍ତୀ ସମୟରେ ଶିକ୍ଷକ ଜଣକ ସ୍କୁଲ ଛାଡି ପଳେଇ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇବା ସହ ମାଡ଼ ମାରିଥିଲେ । ଅନ୍ୟପଟେ ଘଟଣା ନେଇ ଭୋଗରାଇ ବିଇଓ କହିଛନ୍ତି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

  • Reported by:
  • Ajit Das