/odishatv-khabar/media/post_attachments/uploadimage/library/16_9/16_9_0/Loot_1739681658.jpg)
Loot
ମୋ ସ୍କୁଲ ଯୋଜନାରେ ସାମ୍ନାକୁ ଆସିଲା ମହା ଘୋଟାଲା। ଆଉ ଏ ଘୋଟାଲା ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ଜଣେ ପ୍ରଧାନଶିକ୍ଷକ। ଏଭଳି ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହକୁମା ଚାରିଛକ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ସ୍କୁଲର ପ୍ରଧାନ ଶିକ୍ଷକ ନିର୍ମଲ ରଣାଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ୫ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟର ସ୍ଲିପକୁ ଚଞ୍ଚକତା କରି ୫୦ ହଜାର ଦର୍ଶାଇ ୧ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ଶିକ୍ଷକ ମହାଶୟ।
ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଏବଂ ଆଉଥରେ ୧୨ ହଜାର ଟଙ୍କା ଏଭଳି ମୋଟ ୧୭ହଜାର ଟଙ୍କା ଜମା ହୋଇଥିଲା। ତେବେ ନିର୍ମଳ ୫ହଜାର ଟଙ୍କାର ସ୍ଲିପକୁ ଚଞ୍ଚକତା କରି ୫୦ହଜାର ଟଙ୍କା ଦର୍ଶାଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୋ ସ୍କୁଲ ଯୋଜନାରେ ଏହାର ଦ୍ୱିଗୁଣା ଅର୍ଥାତ ୧ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ପାଇଁ ପଠାଇଥିଲେ।
ଆଉ ଜମାଖାତାକୁ ମୋ-ସ୍କୁଲ ବିଭାଗ ତରଫରୁ ଏକ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଥିଲା ମଧ୍ୟ। ହେଲେ ଏହି ଟଙ୍କାକୁ ଶ୍ରୀ ରଣା ସ୍କୁଲ ବ୍ୟାଙ୍କ ଜମାଖାତାରୁ ନିଜ ପତ୍ନୀ, ପୁଅ ଓ ସମ୍ପର୍କୀୟ ନାଁରେ ଚେକ ମାଧ୍ୟମରେ କେବେ ୭ହଜାର, କେବେ ୧୨ହଜାର, ୨୫ହଜାର, ୪୪ହଜାର, ଏହିପରି ସମୁଦାୟ ୯ ଥର ଟଙ୍କା ଉଠାଣ କରିଥିବା ଜଣାପଡିଛି। ଏହି କଳା ଗୁମର ପଦାରେ ପଡିବା ପରେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଆଉ ପ୍ରଧାନ ଶିକ୍ଷକ ମହାଶୟ ଛୁଟିନେଇ ଛୁ ମାରିଛନ୍ତି। ତେବେ ଖବର ପ୍ରସାରଣ ପରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)