• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଣିଷ ନା ପିଶାଚ । ଜଣେ ମଣିଷ କେବେ ବି ଏମିତି ଅମଣିଷ ଭଳି କାମ କରିବ, ତାହା ସହଜରେ ବିଶ୍ୱାସ ହେଉନି । ସେହି ମଣିଷକୁ ପଶୁ ସହ ତୁଳନା କଲେ ବି କମ୍ ହେବ । ସତେ ଯେମିତି ସେ ଯୌନ ରାକ୍ଷସ । କୁନି କୁନି ପିଲାଙ୍କୁ ବି ଛାଡ଼ିଲାନି । ଯେଉଁ କୁନି କୁନି ପିଲା ଦୁନିଆ କ’ଣ ଜାଣିନାହାନ୍ତି, ଭଲ ଭାବେ କଥା କହି ନାହାନ୍ତି, ସେମାନଙ୍କ ପ୍ରତି ରହିଥିଲା ତାର ଯୌନ ଲାଳସା ।

୨୦୦୮ରୁ ୨୦୧୫ ମଧ୍ୟରେ ସେ ଏଭଳି ୩୦ ଜଣ କୁନି ପିଲାଙ୍କୁ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ କରିଛି ବ୍ୟବହାର । ସେମାନଙ୍କୁ ଯୌନ ଶୋଷଣ କରିବା ସହ ଅନେକଙ୍କ ଜୀବନ ବି ନେଇଛି ଏହି ପିଶାଚ । ତେବେ ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି, କ୍ରାଇମ କ୍ୟାପିଟାଲ କୁହାଯାଉଥିବା ଦେଶର ରାଜଧାନୀ ଦିଲ୍ଲୀରୁ ।

ଛାତି ଥରିଲା ଭଳି ଘଟଣା । ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଏମିତି କାଣ୍ଡ ପରେ ବି ସେ ମଣିଷ ରୁପି ପିଶାଚ କେମିତି ବୁଲୁଥିଲା ବାହାରେ ? ଆଉ କେହି ଜାଣିପାରିଲେନି କେମିତି ? କ’ଣ କରୁଥିଲା ପୋଲିସ ? ଯଦି ଥରେ ଗିରଫ କରିଥିଲା, ତେବେ ତାକୁ ପୁଣି ଛାଡ଼ିଲା କାହିଁକି ପୋଲିସ ? ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଚାଲିଥିଲା, ହେଲେ ସବୁ ଚୁପ୍‌ ବସିଥିଲେ କେମିତି ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କଥାରେ ଅଛି ‘ଭଗବାନକେ ୟାହାଁ ଦେର ହେ ଅନ୍ଧେର ନେହିଁ ।’ ସେହି କ୍ରମରେ ଏବେ ଉକ୍ତ ଯୌନ ପିଶାଚ ପୋଲିସ ହାତରେ ଧରାପଡ଼ି ଜେଲ୍‌ର କାଳ କୋଠରି ଭିତରେ ଦିନ କାଟୁଛି । ଆଉ ପୋଲିସ ନିକଟରେ ନିଜର ସବୁ ଅପରାଧ ସ୍ୱୀକାର କରିଛି ।

Semi Porn Horror MoviesSemi Porn Horror Movies

ପୋଲିସ ପାଖରୁ ମିଳିଥିବା ଖବର ଅନୁଯାୟୀ, ଉକ୍ତ ଯୌନ ପିଶାଚର ନା ରବିନ୍ଦର କୁମାର । ବୟସ ୩୨ । ପେଶାରେ ଜଣେ ଶ୍ରମିକ ବା ଲେବର । କରଲାର ବାସିନ୍ଦା । ରବିନ୍ଦରର ବାପା ମଧ୍ୟ ଜଣେ ଦିନ ମଜୁରିଆ ବା ଶ୍ରମିକ । ଆଉ ମାଆ ଘର ଘର ବୁଲି କାମ କରନ୍ତି । ୨୦୦୮ରେ ପ୍ରଥମେ ସେ ଅପରାଧ ଘଟାଇଥିଲା । ଏକ କୁନି ଶିଶୁକୁ ନିଜର ଯୌନ ଶୋଷ ମେଣ୍ଟାଇବା ପାଇଁ ବ୍ୟବହାର କରିଥିଲା । ପରେ ତାକୁ ହତ୍ୟା କରିଥିଲା । ଏଭଳି ପ୍ରାୟ ୩୦ ଜଣ ଶିଶୁଙ୍କ ସହ କରିଥିବା ପୋଲିସ ଆଗରେ ସେ ସ୍ୱୀକାର କରିଛି ।

୨୦୧୪ରେ ପୋଲିସ ତାକୁ ଗିରଫ କରିଥିଲା । ସେ ଜଣେ ୭ ବର୍ଷର ପୁଅକୁ ଦୁଷ୍କର୍ମ କରିବା ସହ ତାକୁ ସେପ୍ଟିକ୍‌ ଟାଙ୍କିରେ ଫିଙ୍ଗି ହତ୍ୟା କରିଥିଲା । ଏହି କେସ୍‌ରୁ ବେଲ୍‌ ପାଇବା ପରେ ସେ ଲେବର ଭାବେ କାମ କରୁଥିଲା । ହେଲେ ନିଜ ପ୍ରକୃତି ଛାଡ଼ି ପାରିନଥିଲା । ୧୬ ଜୁଲାଇ ୨୦୧୫ରେ ପୁଣି ତାକୁ ଗିରଫ କରିଥିଲା ପୋଲିସ । ବେଗମପୁରର ଜଣେ ୬ ବର୍ଷର କୁନି ଝିଅ ସହ ଦୁଷ୍କର୍ମ କରି ତାକୁ ହତ୍ୟା କରିଥିଲା ରବିନ୍ଦର । 

ରବିନ୍ଦର ଏଭଳି କୁନି କୁନି ପିଲାଙ୍କୁ ଶିକାର ପାଇଁ ଅନେକ ଦୂର ଯାଉଥିଲା । ସେ ଶ୍ରମିକଙ୍କ ପିଲାଙ୍କୁ ବିଶେଷ ଭାବେ ଟାର୍ଗେଟ କରୁଥିଲା । ଶ୍ରମିକ ବା ଦିନ ମଜୁରିଆମାନେ ଯେତେବେଳେ କାମ ସାରି ଖାଇ ପିଇ ଶୋଇଥାନ୍ତି, ସେତେବେଳେ ରବିନ୍ଦର ନିଜ ଶିକାର ପାଇଁ ବାହାରିଥାଏ । ସନ୍ଧ୍ୟା ପ୍ରାୟ ୮ଟା ପରେ ତାର ଏହି ମିଶନ ଆରମ୍ଭ ହୁଏ । ଶ୍ରମିକମାନେ ଶୋଇବା ପରେ ତାଙ୍କ ପିଲାଙ୍କୁ ଚକଲେଟ କିମ୍ବା ୧୦ଟଙ୍କାର ଲୋଭ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରୁଥିଲା । ଯେଉଁ ଅଞ୍ଚଳରେ ବଡ଼ ବଡ଼ ବିଲ୍ଡିଂ କାମ ଚାଲିଥାଏ, ଠିକ୍ ସେହି ଅଞ୍ଚଳରେ ତମ୍ବୁଟାଣି ବା ଆଉଟ ହାଉସ୍‌ରେ ରହୁଥିବା ଶ୍ରମିକଙ୍କ କୁନି କୁନି ପିଲାଙ୍କୁ ସେ ଅଧିକ ମାତ୍ରାରେ ଟାର୍ଗେଟ କରିଥାଏ ।

ତେବେ ସବୁଠାରୁ ବଡ଼ କଥା ହେଲା, ରବିନ୍ଦର ବାରମ୍ବାର ସେମି ପର୍ଣ୍ଣ ହରର ଫିଲ୍ମ (Semi-Porn Horror Movies) ଦେଖିବା ପରେ ତାର ଏଭଳି ମାନସିକତା ଆସିଛି । ତାକୁ ମାନସିକ ରୋଗୀ ବୋଲି ମଧ୍ୟ କୁହାଯାଇପାରେ ।