Advertisment

Crime Surge in Bhubaneswar: କ୍ରାଇମ୍ କ୍ୟାପିଟାଲ୍ ପାଲଟିଗଲାଣି କି ଭୁବନେଶ୍ବର ? ସଞ୍ଜ ନଇଁଲେ ବଢୁଛି ହଣାକଟା, ଗଡୁଛି ମୁଣ୍ଡ

ରାଜଧାନୀରେ ସଂଜ ନଇଁଲେ ସାଂଘାତିକ ଡର । କାରଣ କଂସେଇ ସାଜି ମଣିଷକୁ ମଣିଷ ମାରୁଛି। ଲୁଟ୍-ରାହାଜାନୀ-ଡକାୟତି କଥା ଶୁଣି ଛାତି ଥରୁଛି । ରାଜଧାନୀର ରାଜରାସ୍ତା ହେଉ ଅବା ଗଳି କନ୍ଦି । ସବୁଠି ଦୌରାତ୍ମ୍ୟ, ସବୁଠି ଆତଙ୍କ ।

ଅଦ୍ୟତନ ହୋଇଛି
undefined

‘ହଣାକଟା’ କ୍ୟାପିଟାଲ୍‌ ?

Advertisment

କ୍ରାଇମ୍ ଓ କ୍ରିମିନାଲଙ୍କ ଆତଙ୍କରେ ତ୍ରସ୍ତ ରାଜଧାନୀବାସୀ । ଗତ କିଛିଦିନ ହେଲା, ଏମିତି କୌଣସି ବାର ନାହିଁ, ଯେଉଁଦିନ ଅପରାଧଶୂନ୍ୟ ହୋଇଛି ରାଜଧାନୀ ଭୁବନେଶ୍ବର । ହାତ ହତିଆର ଧରି ମଣିଷକୁ ମଣିଷ ହାଣୁଛନ୍ତି, ସତେ ଯେମିତି କଂସେଇ । ରାଜଧାନୀର ରାଜରାସ୍ତା ହେଉ ଅବା ଗଳି କନ୍ଦି। । ଲୁଟ୍, ରାହାଜାନି କଥା ତ ନ କହିବା ଭଲ । ହାଇ ସିକ୍ୟୁରିଟି ବ୍ୟବସ୍ଥା ଭିତରେ ବି ହତ୍ୟାକାରୀ, ଲୁଟେରା, ଡକାୟତ ଓ ଚୋରଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ବର। ଫଳରେ କମିଶନରେଟ୍ ପୋଲିସ ପାଇଁ ଚାଲେଞ୍ଜ ପାଲିଟିଛି ।

Advertisment

ଅଧିକ ପଢ଼ନ୍ତୁ: ଇଏ କେମିତିକା ପ୍ରେମିକା, ମାରିବାକୁ ଧମକ ଦେଇଥିଲା, ତା' ପରେ...

ରାଜଧାନୀରେ ସଂଜ ନଇଁଲେ ସାଂଘାତିକ ଡର । କାରଣ କଂସେଇ ସାଜି ମଣିଷକୁ ମଣିଷ ମାରୁଛି। ଲୁଟ୍-ରାହାଜାନୀ-ଡକାୟତି କଥା ଶୁଣି ଛାତି ଥରୁଛି । ରାଜଧାନୀର ରାଜରାସ୍ତା ହେଉ ଅବା ଗଳି କନ୍ଦି । ସବୁଠି ଦୌରାତ୍ମ୍ୟ, ସବୁଠି ଆତଙ୍କ । ଏୟାରଫିଲ୍ଡ ଠାରୁ ୟୁନିଟ-୮ । ଚନ୍ଦ୍ରଶେଖରପୁର ଠାରୁ ମଞ୍ଚେଶ୍ବର । ସବୁଠି ଦୁର୍ବୃତ୍ତ ଖେଳୁଛନ୍ତି ରକ୍ତର ହୋଲି । କମିଶନରେଟ୍ ପୋଲିସର ପାରିବା ପଣିଆ କେତେ, ଜାଣିବା ଆଗରୁ ଗତରାତିର ଲୋମଟାଙ୍କୁରା ଅପରାଧ ଉପରେ ନଜର ପକାନ୍ତୁ । ଚକେଇସିଆଣି ଗାଁର ରୁଦ୍ର ପାତ୍ର । ଅତି ନିର୍ମମ ଭାବେ ଦୁର୍ବୃତ୍ତ ହାଣିଛନ୍ତି ତାଙ୍କୁ । ସଂଘବଦ୍ଧ ଭାବେ ଏକାଧିକ ଅପରାଧୀ ହାତ ଗୋଡ଼କୁ ହାଣି ଘାଇଲା କରିଛନ୍ତି । ଗୁରୁତର ରୁଦ୍ର ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମେଡ଼ିକାଲରେ । କୁହାଯାଉଛି, ପୂର୍ବ ଶତ୍ରୁତାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଛି।

ଚକେଇସିଆଣିର ଏହି ଅପରାଧ ଭଳି କିଛିଦିନ ହେଲା କ୍ୟାପିଟାଲର ଛାତି ଉପରେ ଘଟୁଛି ଛାତିଥରା କ୍ରାଇମ୍ । କେଉଁଠି ଭାଇଗିରି ପାଇଁ ଗୋଡ଼େଇ ହାଣିଲେଣି ଦୁର୍ବୃତ୍ତ ତ ଆଉ କେଉଁଠି ବାଉନସରଙ୍କୁ ଗୁଳିମାଡ଼ । ଜାନୁଆରୀ ୮। ପ୍ରବାସୀ ଭାରତୀୟ ଦିବସ ବେଳେ ସଫେଇ କର୍ମଚାରୀ ସୁପରଭାଇଜର ସହଦେବ ନାୟକଙ୍କୁ ରସୁଲଗଡ ଓଭରବ୍ରିଜ୍ ଉପରେ ଯେଭଳି ଗଣ୍ଡିମୁଣ୍ଡ ଅଲଗା କରିଦେଲେ, ଦୃଶ୍ୟ ଦେଖି ତାଜୁବ୍ ହୋଇଗଲା ସାରା ସଭ୍ୟ ସମାଜ । ମେ’ ୯ । ଭୋର ପ୍ରାୟ ୪ଟା । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବାର୍ ଆଗରେ ବାଉନସରଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏହି ଘଟଣାରେ ୧୩ ଜଣଙ୍କୁ ପୋଲିସ ଗିରଫ କରିଛି ସତ, କିନ୍ତୁ ଧରାପଡ଼ିନି ପୁରୀ ଅଞ୍ଚଳର ମାଷ୍ଟରମାଇଣ୍ଡ ଶିବା ପାତ୍ର । ମେ’ ୧୧ । ଏୟାରପୋର୍ଟ ଥାନା ଅଞ୍ଚଳରେ ଭିକି ନାୟକଙ୍କୁ ଘେରି ହାଣିଲେ ଦୁର୍ବୃତ୍ତ । ସେଦିନ ସଂଧ୍ୟାରେ ୟୁନିଟ ୮ ଅଞ୍ଚଳରେ ସତ୍ୟବ୍ରତ ପ୍ରଧାନଙ୍କ ହାତକୁ ହାଣି ଛିଣ୍ଡାଇ ଦେଲେ । ଏଭଳି ଆଖିଦୃଶିଆ ଅପରାଧକୁ ଛାଡ଼ିଦେଲେ, ପ୍ରାୟତଃ ସବୁଦିନ କିଛି ନା କିଛି ଘଟଣା ଘଟୁଛି ରାଜଧାନୀରେ । ଯାହାକୁ ନେଇ ଭୁବନେଶ୍ବର ବାସିନ୍ଦା ଏବେ କ୍ଷୁବ୍ଧ ।

Advertisment

ଖାଲି ଏତିକି ନୁହେଁ, ସିନ୍ଧିଚୋରି, ରାହାଜାନୀକୁ ବି ରୋକିପାରୁନି କମିଶନରେଟ୍ ପୋଲିସ । ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ କଳିଙ୍ଗବିହାର K-8 ଅଞ୍ଚଳରେ ବନ୍ଦ ଘରେ ପଶି କେମିତି କଳାକନା ବୁଲାଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ତା’ହେଲେ ଏଭଳି ନାନା ଅପରାଧ ସତ୍ତ୍ବେ ପୋଲିସ୍ ଏଠି କରୁଛି କ’ଣ ? କାହିଁକି ଭୁବନେଶ୍ବରରେ ବଢ଼ିଚାଲିଛି ଅପରାଧ ? WE CARE WE DAREର ନାରା ଦେଉଥିବା କମିଶନରେଟ୍ ପୋଲିସ କ୍ରିମିନାଲଙ୍କୁ ସାବାଡ୍ କରିପାରୁନି କାହିଁକି ? ଦକ୍ଷତାର ଅଭାବ ନା ମାନବ ସମ୍ବଳରେ ସମସ୍ୟା ?

ଅଧିକ ପଢ଼ନ୍ତୁ: ଗୋଟିଏ କନ୍ୟାକୁ ୨୫ ବର, ବାନ୍ଧିଲା ପୋଲିସ...

Bhubaneswar Commissionerate Police Crime In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ