Advertisment

Cyber Attack: ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍; ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ...

୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ଼ ହୋଇଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ। କିଏ ସେ ହ୍ୟାକର ଓ କେଉଁ ଉଦ୍ଦେଶ୍ୟରେ ଇନଷ୍ଟା ଆକାଉଣ୍ଟକୁ ହ୍ୟାକ୍ କରିଛି ଜଣା ପଡିନି।

author-image
Sujit kumar Swain
Hackers Breach Odisha Higher Education Department Instagram

Hackers Breach Odisha Higher Education Department Instagram

ଉଚ୍ଚଶିକ୍ଷାରେ ହ୍ୟାକର ଆତଙ୍କ। ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର। ୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ଼ ହୋଇଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ। କିଏ ସେ ହ୍ୟାକର ଓ କେଉଁ ଉଦ୍ଦେଶ୍ୟରେ ଇନଷ୍ଟା ଆକାଉଣ୍ଟକୁ ହ୍ୟାକ୍ କରିଛି ଜଣା ପଡିନି।

Advertisment

ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ବି ହ୍ୟାକ୍ ହୋଇଛି। ଗତକାଲି ରାତିରେ ଏକଥା ଜଣା ପଡିଥିଲା। ରେଭେନ୍ସା ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ପ୍ଲାଟଫର୍ମ ଲିଙ୍କ ଆସୁଛି। ଡେକ୍ସଟପରେ ରେଭେନ୍ସା ୱେବସାଇଟ୍ ଖୋଲିଲେ ବିଶ୍ବବିଦ୍ୟାଳୟ ସମ୍ପର୍କରେ କିଛି ତଥ୍ୟ ଆସୁନି। ମୋବାଇଲରେ ଖୋଲିଲେ BENTO4D ବେଟିଂ ଆପ୍ ଲିଙ୍କ ଆସୁଛି। ତେବେ ଏଭଳି ହ୍ୟାକ୍ ନେଇ ଉଚ୍ଚଶିକ୍ଷା ବିଭାଗ କି ରେଭେନ୍ସା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି। 

Hackers Higher Education Department
Advertisment
Advertisment