ହୋମୱାର୍କ କରିନଥିଲେ ବୋଲି ଛାତ୍ରଙ୍କୁ ପିଟିପିଟି ମାରିଦେଲେ ଶିକ୍ଷକ..!

ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।

Teacher Punishment Student

ହୋମୱାର୍କ କରିନଥିଲା ବୋଲି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ମାରିଦେଲେ ଶିକ୍ଷକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିୟର୍‌ରେ । ଜଣେ ଛାତ୍ର ସ୍କୁଲ ହୋମ୍‌ୱାର୍କ କରିନଥିଲା ବୋଲି ତାଙ୍କୁ ଶିକ୍ଷକ ବାଡ଼ିରେ ପିଟିଥିଲେ । ଏମିତି ପିଟିଥିଲେ ଯେ, ଛାତ୍ର ଜଣକ ଅଚେତ୍‌ ହୋଇପଡ଼ିଥିଲେ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକଙ୍କ ଦ୍ୱାରା ମେଡିକାଲ୍‌ରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ କାନ୍ଦ ବୋବାଳି ପଡ଼ିଥିଲା । ପରେ ପରିବାର ଲୋକଙ୍କ ସହ ଗାଁ ଲୋକ ମିଶି ସ୍କୁଲ ଘେରାଉ କରିଥିଲେ । ସେମାନେ ଧାରଣାରେ ବି ବସିଥିଲେ । ସ୍ଥାନୀୟ ପୋଲିସ ଅଧିକାରୀଙ୍କ ବୁଝାସୁଝା ପରେ ଗାଁ ଲୋକ ହୋହଲ୍ଲା ବନ୍ଦ କରିଥିଲେ ଓ ଧାରଣାରୁ ହଟିଥିଲେ । ଗାଁ ଲୋକ ଦାବି କରିଛନ୍ତି ଯେ, ଉକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ । ତେବେ ପୋଲିସ ଏହି ଘଟଣାରେ ପରିବାର ଲୋକଙ୍କୁ ନ୍ୟାୟ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

ଅଧିକ ପଢ଼ନ୍ତୁ: ବିନ୍ଦି ହେଲା କାଳ; ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ, ଜୀବନ ହାରିଲେ ଛାତ୍ରୀ

ଅନ୍ୟପଟେ ମୃତ ଛାତ୍ରଙ୍କ ବଡ଼ ଭାଇ ମଧ୍ୟ ଏହି ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍ତି । ସେ ପୁରା ଘଟଣା ନିଜ ଆଖିରେ ଦେଖିଛନ୍ତି ବୋଲି କହିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଦୁଇ ଜଣ ଶିକ୍ଷକ ତାଙ୍କ ସାନ ଭାଇକୁ ବାଡ଼ିରେ ପିଟିଛନ୍ତି । ପରେ ଏକ ବନ୍ଦ କୋଠରୀରେ ତାକୁ ଅଧଘଣ୍ଟା କାଳ ରଖିଥିଲେ ।

ମୃତ ଛାତ୍ରଙ୍କ ବାପା ହେଉଛନ୍ତି ସେହି ପାଖ ଗାଁ ବାହୋଦପୁରର କୋକସିଂହ ଚୌହାନ । ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ଥିଲେ।

ଜୁଲାଇ ୧୨ ତାରିଖ ଦିନ କ୍ରୀଷ୍ଣା ଘରକୁ ଆସିବା ପରେ ବାନ୍ତି କରିଥିଲେ । ପରେ କହିଥିଲେ ଯେ, ଗୋଟିଏ ହାତ ଆଉ ଗୋଟିଏ ଗୋଡ଼ ତା’ର କାମ କରୁନି । ତାପରେ ବଡ଼ ଭାଇ ସ୍କୁଲରେ ଘଟିଥିବା ସମସ୍ତ କଥା ବାପାଙ୍କୁ କହିଥିଲେ । କୋକସିଂହ ତୁରନ୍ତ ସ୍କୁଲକୁ ଯାଇ ଅଭିଯୋଗ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ କୋକସିଂହଙ୍କୁ କହିଥିଲେ ଯେ, ପୁଅକୁ ତୁରନ୍ତ ଏକ ଘରୋଇ ହସ୍ପିଟାରେ ଭର୍ତ୍ତି କରିନିଅ । ସେଠାରେ ତା’ର ଚିକିତ୍ସା କରାଅ ।

ଅଧିକ ପଢ଼ନ୍ତୁ: ଓଃ କି ଭୟଙ୍କର ! ଦିଦିଙ୍କ ମୁଥ ମାଡ଼ରେ ଛାତ୍ର ଗୁରୁତର

କୋକସିଂହ ଏହି ପୁରା ଘଟଣା ନେଇ ପୋଲିସ ଅଗରେ ଅଭିଯୋଗ କରିଛନ୍ତି । ୮ ମାସ ପୂର୍ବରୁ ମଧ୍ୟ ଉକ୍ତ ଶିକ୍ଷକ ତାଙ୍କ ପୁଅକୁ ଏଭଳି ଭାବେ ପିଟିପିଟି ଗୁରୁତର କରିଥିଲେ । ଯାହାଫଳରେ କ୍ରୀଷ୍ଣା ୪ ଦିନ ସାଂଘାତିକ ଜ୍ୱରରେ ପଡ଼ିଥିଲା । ଏହାପରେ ତା’ମନରେ ସ୍କୁଲ ପ୍ରତି ଏକ ଭୟ ମଧ୍ୟ ଜାଗ୍ରତ ହୋଇଥିଲା । ସେହି ଘଟଣା ପରେ କୋକସିଂହ ସ୍କୁଲକୁ ଯାଇ ଲିଖିତ ଭାବେ ନିବେଦନ କରିଥିଲେ ଯେ ତାଙ୍କ ପୁଅକୁ ଏଭଳି ଅମାନୁଷିକ ଭାବେ ମାଡ଼ ମରାନଯାଉ । କିନ୍ତୁ ଲିଖିତ ନିବେଦନର କିଛି ଦିନ ପରେ ପୁଣି ଥରେ ପୁଅକୁ ମାଡ଼ ମାରିଥିଲେ ଶିକ୍ଷକ ।