Advertisment

Gunfire on Excise Vehicle in Sundargarh: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।

ଅଦ୍ୟତନ ହୋଇଛି
ଅବକାରୀ ଟିମ୍ ଉପରକୁ ଫାୟାରିଂ

ଅବକାରୀ ଟିମ୍ ଉପରକୁ ଫାୟାରିଂ

Advertisment

ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳି ମାଡ଼ । ଗୋରୁ ଚାଲାଣ କରୁଥିବା ଦୁର୍ବୃତ୍ତମାନେ ଅବକାରୀ ଟିମ୍‌ ଉପରକୁ ଗୁଳି ମାଡ଼ କରିଛନ୍ତି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବୀ; କହିଲେ, ବିଜେଡିରେ କେଉଁଠି ବି ନାହିଁ ଅସନ୍ତୋଷ

ସୂଚନା ଅନୁସାରେ ହେମଗିର ଅଂଚଳରୁ ମଦ ଆସୁଥିବା ସନ୍ଦେହରେ ଏକ ପିକଅପ୍‌ ଭ୍ୟାନକୁ ଅବକାରୀ ବିଭାଗ କର୍ମଚାରୀ ପିଛା କରୁଥିଲେ । ତେବେ ଏହି ସମୟରେ ଅବକାରୀ କର୍ମଚାରୀଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ । ଗୁଳି ଅବକାରୀ ବିଭାଗ ଗାଡ଼ିରେ ବାଜିଛି । ତେବେ ଗାଡ଼ିରେ ମଦ ନୁହେଁ ବରଂ ଗୋରୁ ଚାଲାଣ ହେଉଥିଲା । ପିକଅପ୍‌ ଭ୍ୟାନରେ ଥିବା ୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପିକଅପ୍‌ ଭ୍ୟାନକୁ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ବୃତ୍ତଙ୍କ ଗୁଳି ଅବକାରୀ ବିଭାଗ ଗାଡିରେ ବାଜିଥିଲା ।

Advertisment
Odisha Sundargarh Gun Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ