• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଧାର୍ଯ୍ୟ ଦରଠାରୁ ଅଧିକ ଟିକସ ନେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ମୁଣ୍ଡଳୀ ଟୋଲ୍ ଗେଟ୍ ନାଁରେ । ଟିକସ ଆଦାୟ ନାଁରେ ଚାଲିଥିଲା ଜୁଲୁମ୍‌ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ ଥିଲା । ଏବେ ଓଡ଼ିଶା ବାହାର ରାଜ୍ୟରେ ନିନ୍ଦିତ ହେବା ପରେ ପ୍ରଶାସନର ଚେତା ପଶିଛି । ପ୍ରଶାସନ ପକ୍ଷରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଟୋଲ୍ ଗେଟକୁ ସିଲ କରାଯାଇଛି । ଏଠି ପ୍ରଶ୍ନ ଉଠିଛି ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଭିଡିଓରେ ଆସୁଥିବା ଅନେକ ବ୍ୟକ୍ତିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁନି ପ୍ରଶାସନ?

ଧାର୍ଯ୍ୟ ଦରଠାରୁ ଅଧିକ ଟିକସ ନେଇ ଚର୍ଚ୍ଚାରେ ମୁଣ୍ଡଳୀ ଟୋଲ୍ ଗେଟ୍ । ଟିକସ ଆଦାୟ ନାମରେ ଚାଲିଥିଲା ଜୁଲମ୍ । ଯାହାକୁ ନେଇ ରାଜ୍ୟ ବାହାରେ ନିନ୍ଦିତ ହେଲା  ଓଡ଼ିଶା । ଗତ ଦୁଇଦିନ ତଳେ ମୁଣ୍ଡଳୀ ଟୋଲ୍ ଗେଟ୍‌ରେ ପାରି ହେବା ପାଇଁ ୩୦ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରି ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜିଥିଲା ସାଙ୍ଘାତିକ ଝଗଡା ଓ ମାରପିଟ୍ । ଏବେ ପ୍ରଶାସନ ମୁଣ୍ଡଳୀ ଟୋଲ୍ ଗେଟକୁ ସିଲ୍ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ସେହି ରାସ୍ତା ଦେଇ ଦୈନିକ ଯାତାୟାତ କରୁଥିବା ଯାତ୍ରୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଦାବି ବି ହୋଇଛି ।

ଭିଡ଼ିଓ ଭାଇରାଲ୍ ହେବାର ୩ ଦିନ ପରେ ୪ ଜଣକୁ ଗିରଫ କରି ଚୁପ୍ ବସିଛି ଆଠଗଡ଼ ପୋଲିସ । ସେପଟେ ବିଭିନ୍ନ ଦାବି ପରେ ପରେ କେବଳ ଗେଟ୍ ସିଲ୍ କରିଦେଇ ୨ଟି ବସ ଯୋଗେ ଯାତ୍ରୀଙ୍କୁ ଛତିଶଗଡ଼ ପଠେଇ ଦେଇ ମୁଣ୍ଡରୁ ଦୋଷ ଖସାଇ ଦେଇଛି ପ୍ରଶାସନ । ୧୯୯୬ ମସିହାଠାରୁ ଆଜି ପର୍ଯ୍ୟନ୍ତ ଏହି ଟୋଲ୍ ଗେଟ୍ ଜରିଆରେ ଟିକସ ଆଦାୟକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଟୋଲ୍ ଗେଟ ଉଠି ଯାଇଥିବା ବେଳେ OBCC (Odisha Bridge & Construction Corporation Limited) ପକ୍ଷରୁ କଟକ ଜିଲ୍ଲାରେ ଏହି ଗୋଟିଏ ସ୍ଥାନରୁ ଟୋଲ୍ ଗେଟରେ ଯାତ୍ରୀଙ୍କଠାରୁ ଜବରଦସ୍ତି ଅଧିକ ଟୋଲ୍ ଟାସ୍କ ଆଦାୟ କରାଯାଉଛି । ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଜୋର ଧରିଲାଣି ଦାବି ।

 

  • Reported by:
  • NILAKANTHA DORA