ବର୍ବର, ଅମାନୁଷିକ, ଅମାନବୀୟ କାଣ୍ଡ । ୧୩ ବର୍ଷ ଧରି ତଥାକଥିତ ତାନ୍ତ୍ରିକ ସାଜିଥିଲା ସିରିଏଲ୍ କିଲର । ପାଣିରେ ସୋଡିୟମ୍ ନାଇଟ୍ରେଟ୍ ମିଶାଇ ୧୨-୧୨ ଜଣଙ୍କୁ ହତ୍ୟା କରିଛି । ଏପରିକି ନିଜ ମାଆ, ଜେଜେମାଆ ଓ ଦାଦାଙ୍କୁ ବି ଛାଡି ନଥିଲା ଜହ୍ଲାଦ। ଗୁଜରାଟ ଅହମ୍ମଦାବାଦର ଏଭଳି ଏକ ଲୋମଟାଙ୍କୁରା ମର୍ଡର ମିଷ୍ଟ୍ରିକୁ ନେଇ ସାରା ଦେଶରେ ହଟଚମଟ । ଗତ ୧ ତାରିଖରେ ଗିରଫ ହୋଇଥିଲା । ଲକଅପରେ ଥିବା ବେଳେ ରବିବାର ତା’ର ମୃତ୍ୟୁ ହୋଇଗଲା । ତା ପୂର୍ବରୁ ପୋଲିସ ଆଗରେ ଦୋଷ ମାନିବା ସହିତ ପାପ ପେଡିର ସବୁ କାହାଣୀ ବଖାଣିଥିଲା ହତ୍ୟାକାରୀ ।
Also Read
ସିରିଏଲ୍ କିଲର୍ । ୧୩ ବର୍ଷରେ ୧୨ଟି ମର୍ଡର । ସକାଳେ ଟାକ୍ସି ଡ୍ରାଇଭର । ସଂଜରେ ସାଜୁଥିଲା ତାନ୍ତ୍ରିକ । ତନ୍ତ୍ର ବିଦ୍ୟାରେ ଧନ ସଂପତ୍ତି ଚାରି ଗୁଣା କରିଦେବ କହି ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତୁଥିଲା । ତାପରେ ତିଆରି କରୁଥିଲା ମର୍ଡର ପ୍ଲାନ୍ । ପାଣିରେ ସୋଡିୟମ୍ ନାଇଟ୍ରେଟ୍ ମିଶାଇ ନେଉଥିଲା ଲୋକଙ୍କ ଜୀବନ । ପୋଲିସ କଷ୍ଟୋଡିରେ ମୃତ୍ୟୁ ପୂର୍ବରୁ ନିଜ ଦୋଷ ମାନିଥିଲା ସେହି ଜହ୍ଲାଦ । ବଖାଣିଥିଲା ଲୋମଟାଙ୍କୁରା ହତ୍ୟାର ଗୋଟି ଗୋଟି ଫର୍ଦ୍ଦ ।
ଅଧିକ ପଢ଼ନ୍ତୁ: ୧୦ ଲକ୍ଷ ଟଙ୍କା କାରବାର ମାମଲା, ଚଞ୍ଚଲଙ୍କୁ ରିମାଣ୍ଡରେ ନେଇ ଜେରା
ଗୁଜରାଟ ଅହମ୍ମଦାବାଦର ଏମିତି ଲୋକଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ହଇଚଇ । ନାଁ- ନଭଲ ସିଂ ଚଭଡା । ବୟସ- ୪୨ ବର୍ଷ । ଘର- ଗୁଜରାଟ ସୁରେନ୍ଦ୍ରନଗର । କ୍ୟାବ୍ ବିଜନେସ୍ କରୁଥିବା ନଭଲ ସିଂ ତନ୍ତ୍ର ସାଧନା ବି କରୁଥିଲା । ଗତ ୩ ତାରିଖରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ପୂର୍ବରୁ ଗିରଫ ହୋଇଥିଲା । ଜେରା ବେଳେ ପୋଲିସ ଆଗରେ କହିଥିଲା, ଗତ ୧୩ ବର୍ଷରେ ନିଜ ପରିବାରର ୩ ଜଣଙ୍କ ସମେତ ୧୨ ଜଣଙ୍କୁ ହତ୍ୟା କରିଛି ।
ଏବେ ଜାଣନ୍ତୁ କେମିତି ପ୍ରି-ପ୍ଲାନଡ ମର୍ଡର କରୁଥିଲା ସିରିଏଲ୍ କିଲର ନଭଲ । ତନ୍ତ୍ର ସାଧନା ବଳରେ ଧନ ସମ୍ପତ୍ତି ବଢ଼ାଇବା ଲୋଭ ଦେଖାଇ ଲୋକଙ୍କୁ ନିଜ ପାଖକୁ ଡାକୁଥିଲା । ପାଣି କିମ୍ବା ଡ୍ରିଙ୍କସରେ ସୋଡିୟମ୍ ନାଇଟ୍ରେଟ୍ ମିଶାଇ ନେଉଥିଲା ଜୀବନ । ଡ୍ରାଏ କ୍ଲିନିଂରେ ବ୍ୟବହାର ହେଉଥିବା ହାଇ ଡୋଜ୍ କେମିକାଲକୁ ପାଣିରେ ମିଶାଉଥିଲା । ଏହାକୁ ପିଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସେ ଓ ୧୫-୨୦ ମିନିଟରେ ପ୍ରାଣ ବାୟୁ ଉଡିଯାଏ । ସୁରେନ୍ଦ୍ରନଗରର ଏକ ଲ୍ୟାବରୁ ନଭଲ ଆଣୁଥିଲା କେମିକାଲ୍ । ଅନ୍ୟ ଜଣେ ତାନ୍ତ୍ରିକଠାରୁ ଶିଖିଥିଲା ଏହି ମର୍ଡର ଥିଓରୀ । ତା’ର ରାଜ୍ ଖୋଲିଥିଲା ଜଣେ ଟାକ୍ସି ବିଜନେସ୍ ପାର୍ଟନର ବିବେକ ଗୋହିଲ । ସେ ଅହମ୍ମଦାବାଦରେ ଗୋଟିଏ, ନିଜ ଘର ସୁରେନ୍ଦ୍ରନଗରରେ ୬ଟି ହତ୍ୟା କରିଛି । ସେମାନଙ୍କ ଭିତରେ ଅଛନ୍ତି ପରିବାରର ୩ ସଦସ୍ୟ ମାଆ, ଜେଜେମାଆ ଓ ଦାଦା । ତେବେ ସେମାନଙ୍କୁ କାହିଁକି ମାରିଲା, କାରଣ ଶୁଣିଲେ ହୋସ୍ ଉଡିଯିବ । ତିନି ଜଣ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ମେଡିକାଲରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନଥିଲା ନଭଲ । ସେଥିପାଇଁ ସୋଡିୟମ୍ ନାଇଟ୍ରେଟ ମିଶା ପାଣି ପିଆଇ ସେମାନଙ୍କୁ ଚିରନିଦ୍ରାରେ ଶୁଆଇ ଦେଲା ।
ନଭଲ କ୍ୟାବ୍ ବିଜନେସ ସହ ଏକ ୟୁଟ୍ୟୁବ୍ ଚ୍ୟାନେଲ ବି ଚଳାଉଥିଲା । ୟୁଟ୍ୟୁବରେ ପୋଷ୍ଟ କରୁଥିଲା ତନ୍ତ୍ର ବିଦ୍ୟାର ଭିଡିଓ । ସୁରେନ୍ଦ୍ରନଗରରେ ଗୋଟିଏ ମନ୍ଦିର କରି ବ୍ଲାକ ମ୍ୟାଜିକ୍ କରୁଥିଲା । ୧୩ ନମ୍ବର ଟାର୍ଗେଟ ଥିଲେ ଜଣେ ବିଜନେସ ମ୍ୟାନ୍ । ତା ପୂର୍ବରୁ ଏହି ସିରିଏଲ୍ କିଲର ହାତରେ ହ୍ୟାଣ୍ଡକପ୍ ପଡିଥିଲା । ରିମାଣ୍ଡରେ ନେଇ ଜେରା ବେଳେ ନଭଲ ସିଂର ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଛି ।