• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୋକ ଗହଳି ଭିତରେ ସ୍ତ୍ରୀର ତଣ୍ଟି କାଟି ନିର୍ମମ ହତ୍ୟା । ଆଇନର ରକ୍ଷକ ନିଜେ ପାଲଟିଗଲା ଅପରାଧୀ  । ଚଳନ୍ତା ବସ୍‌ ଭିତରେ ଏପରି କାଣ୍ଡ ଘଟାଇଲେ ଜଣେ ପୋଲିସ୍ ବାବୁ । ସ୍ତ୍ରୀକୁ ହତ୍ୟା କରିବା ପରେ ଗୁଜରାଟ ପୋଲିସରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ଦିନ ଛୋଟା ଉଦୟପୁରରେ ଏହି ଭୟଙ୍କର ଘଟଣା ଘଟିଛି ।

ଅପରାଧୀ ଅମୃତ ରଥୱା ସୁରତର ଏକ ଥାନାରେ କାର୍ଯ୍ୟରତ । ତାଙ୍କ ସ୍ତ୍ରୀ ମଙ୍ଗୁବେନ୍‌ ଜିଏସଆରଟିସି ବସରେ ଜଣେ କଣ୍ଡକ୍ଟର ଭାବରେ ଛୋଟା ଉଦୟପୁରରେ କାମ କରୁଥିଲେ । କାମ ପାଇଁ ତାଙ୍କୁ ରାତି ରାତି ବାହାରେ ରହିବାକୁ ପଡ଼ୁଥିଲା । ଦିନେ ଦିନେ ସେ ଘରକୁ ଫେରି ପାରୁନଥିଲେ । ଅନ୍ୟପଟେ ସ୍ତ୍ରୀର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲେ  ଅମୃତ । ଏଥିପାଇଁ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା ।

ଏହି ଘଟଣାକୁ ନେଇ ସେ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ତା’ପରେ ଯୋଜନା ଅନୁଯାୟୀ ୨୦୦ କିଲୋମିଟର ଯାତ୍ରା କରି ଛୋଟା ଉଦୟପୁରରେ ପହଞ୍ଚିଥିଲେ । ତା’ପରେ ଭିକପୁର ନାମକ ଏକ ଗାଁରେ ଛିଡ଼ା ହୋଇଥିଲେ । ସେ ଜାଣିଥିଲେ ତାଙ୍କ ସ୍ତ୍ରୀ କଣ୍ଡକ୍ଟର ଥିବା ବସ୍‌ ଏହି ରାସ୍ତା ଦେଇଯିବ ।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ମାରି ଶେଷକୃତ୍ୟ କଲା..ଥାନାରେ ଦେଲା ନିଖୋଜ ମାମଲା..

 ବସ୍ ଭିକପୁର ଗାଁରେ ପହଞ୍ଚିବା ମାତ୍ରେ ଅମୃତ ବସକୁ ଚଢ଼ି ଯାଇଥିଲେ । ସେତେବେଳେ ସ୍ତ୍ରୀ ମଙ୍ଗୁବେନ୍ କଣ୍ଡକ୍ଟର ସିଟରେ ବସିଥାଆନ୍ତି । ଆଉ ସେ ଅତର୍କିତ ଭାବରେ ଅମୃତ ମଙ୍ଗୁବେନ୍‌ଙ୍କ ଗଳାକୁ ଏକ ତୀକ୍ଷ୍ଣ ଅସ୍ତ୍ରରେ କାଟି ଦେଇଥିଲେ । ଏତିକିରେ ତା’ର ରାଗ ଶାନ୍ତ ହୋଇନଥିଲା, ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ ବାରମ୍ବାର ମୃତ ଶରୀରକୁ ଛୁରୀ ଭୁସି ଚାଲିଥିଲେ ।

ଏହା ଦେଖି ବସରେ ଉପସ୍ଥିତ ଯାତ୍ରୀମାନେ ଭୟରେ ଚିତ୍କାର କରିବା ସହ ଓହ୍ଲାଇ ଯାଇଥିଲେ । ସଙ୍ଗେ ସଙ୍ଗେ ଏସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ଆଉ ପୋଲିସ୍‌ ଆସିବା ପର୍ଯ୍ୟନ୍ତ ଅମୃତ ବସରେ ନିଜ ସ୍ତ୍ରୀଙ୍କ ମୃତଦେହ ପାଖରେ ବସି ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅମୃତଙ୍କୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।