• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଫ୍ରିରେ କାମ କରିବାକୁ ମନା କରିବାରୁ ଘର ଜାଳିଦେଲେ । ବିନା ପାରିଶ୍ରମିକରେ କାମ କରିବାକୁ କହୁଥିଲେ । କିନ୍ତୁ ଶ୍ରମିକମାନେ ମନା କରିଦେଲେ । ଫଳରେ ପ୍ରାୟ ୧୫ ଜଣ ଶ୍ରମିକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଠକାଦାର । ଏପରି ଘଟଣା ଘଟିଛି ଗୁଜୁରାଟର କଚ୍ଚ୍ ଉପତ୍ୟକାରେ । ଏନେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣା ପଡ଼ିଛି ।

ଅଭିଯୁକ୍ତର ନାଁ ମହମ୍ମଦ ରଫିକ୍ କୁମ୍ଭାର । ଏହି ଠିକାଦାର ଜଣକ ଅଞ୍ଜର ସହରରୁ ଶ୍ରମିକମାନଙ୍କୁ କାମ ପାଇଁ ନେଉଥିଲେ । କିନ୍ତୁ କାମ ପରେ ସେ ଉକ୍ତ ଶ୍ରମିକମାନଙ୍କୁ ପାରିଶ୍ରମିକ ଦେଉନଥିଲେ । ଏନେଇ ଉକ୍ତ ସହରର ବଦ୍ରିନାଥ ଗଙ୍ଗାରାମ ଯାଦବ ଅଭିଯୋଗ କରିଥିଲେ । ଫଳରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଶ୍ରମିକମାନେ ମାଗଣାରେ କାମ କରିବାକୁ ମନା କରିଦେବାରୁ ଅଭିଯୁକ୍ତ ଜଣକ ରାଗି ଯାଇଥିଲେ । ପରେ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ସେମାନଙ୍କ ଘରେ ନିଆଁ ଲଗାଇଥିଲେ । ତେବେ ଏହି ଘଟଣାରେ କୌଣସି ଶ୍ରମିକ ଆହତ ହୋଇନଥିବା ଜଣା ପଡ଼ିଛି । ଗତ ଶନିବାର ଦିନ ଅଭିଯୁକ୍ତ ଜଣକ ବିନା ପାରିଶ୍ରମିକରେ କାମ କରିବାକୁ କହିଥିଲେ । କିନ୍ତୁ ଏହା ନକରିବାକୁ ଶ୍ରମିକମାନେ ରୋକଠୋକ୍ ଭାବେ ମନା କରିଦେଇଥିଲେ ।

ଏଣୁ ତା’ପରଦିନ ସକାଳେ ଖତ୍ରି ବଜାର ନିକଟରେ ଥିବା ଘରମାନଙ୍କରେ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ସେହି ସମୟରେ ଶ୍ରମିକମାନେ ଶୋଇଥିବା ଜଣା ପଡ଼ିଛି । ତେବେ ଏହି ଘଟଣାରେ କୌଣସି ଶ୍ରମିକ ଆହତ କିମ୍ବା ମୃତାହତ ହୋଇ ନାହଁନ୍ତି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ ମାଆ ବିଲେଇ ସମେତ ସାତୋଟି ଛୁଆ ବିଲେଇଙ୍କର ମୃତ୍ୟୁ ଘଟିଛି ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇ ଯାଇଥିଲା । ପୋଲିସ ଅଧୀକ୍ଷକ ସାଗର ବାଗମାରଙ୍କ କହିବାନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି ।