Advertisment

ଭାଇରାଲ CCTV ଫୁଟେଜ୍‌କୁ ନେଇ ନୂଆ ମୋଡ଼ ! ‘ମୋ ଫଟୋ ଦେଖାଇ କହୁଛନ୍ତି ଗୁଡ୍ଡୁ ମୁସ୍‌ଲିମ୍’

ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି ।

ଅଦ୍ୟତନ ହୋଇଛି
Guddu Muslim Viral CCTV Photo

Viral CCTV Photo, Guddu Muslim

Advertisment

ବରଗଡ଼ରେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସିସିଟିଭି ଫୁଟେଜରେ ଦେଖାଯାଉଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ୍ ନୁହଁନ୍ତି, ବରଂ ସୋହେଲା ଅଂଚଳର ଶେଖ୍ ହମିଦ୍ ମହମ୍ମଦ ବୋଲି କୁହାଯାଉଛି । ସଂପୃକ୍ତ ବ୍ୟକ୍ତି ନିଜେ ସିସିଟିଭି ଫୁଟେଜରେ ଥିବା ଦାବି କରିବା ସହ ସେ ଗୁଡୁ ମୁସଲିମ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳର ଶେଖ୍ ହମିଦ୍ ମହମ୍ମଦ ବୋଲି କହିଛନ୍ତି ।

Advertisment

ଗତ ଏପ୍ରିଲ ୧୧ର ଫୁଟେଜରେ ଗୁଡ୍ଡୁ ମୁସଲିମ ଦେଖାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଶେଖ ହମିଦ ମହମ୍ମଦ କହିଛନ୍ତି ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରୁ ଏକ ସିସିଟିଭି ଫୁଟେଜ୍‌ ଭାଇରାଲ ହୋଇଥିଲା । ଯେଉଁଥିରେ ଗୁଡ୍ଡୁ ମୁସ୍‌ଲିମ୍‌ର ଫଟୋ ଥିବା କଥା ଉଠିଥିଲା । କିନ୍ତୁ ଏବେ ଫଟୋରେ ଥିବା ବ୍ୟକ୍ତି ଗୁହ୍ଡୁ ମୁସ୍‌ଲିମ୍‌ ନୁହେଁ ବୋଲି ଜଣେ ବ୍ୟକ୍ତି ଦାବି କରିଛନ୍ତି ।

Advertisment

ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଗୁଡ୍ଡୁ ମୁସଲିମ୍ । ପୂର୍ବରୁ ମଧ୍ୟ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍‌ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା । ପରେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା କରାଯାଉଥିଲା । ଯାହାର ଖବର ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାରେ ୟୁପି STF ଟିମ୍‌ ତନାଘନା ଚଳାଇଥିବା ସୂଚନା ମିଳିଥିଲା ।

ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍‌ର ଲିଙ୍କ୍‌ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍‌ଙ୍କ ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି । ମୋବାଇଲ୍ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମଧ୍ୟ ରହିଛି । ତେବେ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ସ୍ପଷ୍ଟ ହୋଇଛି। ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା OTVକୁ ପୂର୍ବରୁ ସ୍ପଷ୍ଟ କରିଛନ୍ତି ।

Advertisment

ଏସ୍‌ପି କହିଛନ୍ତି, ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପି STF ଟିମ୍ ବରଗଡ଼ ଆସିଥିଲେ । ୫ ଜଣିଆ ଟିମ୍ ଗତମାସ ୧୮ ତାରିଖରେ ବରଗଡ଼ ଆସିଥିଲେ । ଦୁଇ ଦିନ ଯାଏ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ । ୧୮ ଓ ୧୯ ଦୁଇ ଦିନ ରହିବା ପରେ ଏଠାରୁ ଫେରିଯାଇଥିଲେ । ବରଗଡ଼ ଆସିବା ପରେ STF ଟିମ୍‌ ଆମକୁ ଅବଗତ କରିଥିଲେ’।

CCTV
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ