/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661929001.jpg)
Special story
ଭଦ୍ରକ ଜିଲ୍ଲା ଧାମନଗର ଥାନା ବେଦପୁର ଗାଁରେ ଗଣେଶ ପୂଜା ମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀ ପକ୍ଷରୁ ଏ ନେଇ ଥାନାରେ ଏତଲା ଦେବା ପରେ ସ୍ଥାନୀୟ ପ୍ରସାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି । ଗତକାଲି ମଧ୍ୟରାତ୍ରରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଧାମନଗର ତହସିଲଦାର ।
Advertisment
ଗତକାଲି ବେଦପୁର ଗ୍ରାମର କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ର୍ନିମାଣ କରିବାକୁ ଆସିଥିଲେ । ଏହାକୁ ବିରୋଧ କରିଥିଲେ କ୍ଲବର ଯୁବକଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା । ଖବର ପାଇ ପୋଲିସ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଥିଲେ ବି ସେଠାରେ ମାରପିଟ୍ ହୋଇଥିଲା ।
ତହସିଲଦାର ଘଟଣା ସମ୍ପର୍କରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଜଣାଇବା ପରେ ଗାଁରେ ୧୪୪ ଧାରା ଜାରି କରାଯାଇଛି । କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ପାଇଁ ଗାଁରେ ପୁଲିସ ଫୋର୍ସ ମୃତୟନ କରାଯାଇଛି । ଉଭୟ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)