• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱପ୍ନ ପାଇଁ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଜା-ଆଈଙ୍କୁ ହତ୍ୟା କଲା ନାତି । ଝାଡ଼ଖଣ୍ଡ ଗୁମଲା ଜିଲ୍ଲାର ବିଷ୍ଣୁପୁର ଥାନା ଅନ୍ତର୍ଗତ ହାଡୁପ ରିସାପଥ ଗାଁରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି । ଇନ୍ଦ୍ରନାଥ ଓରାଂବ ନାମକ ଜଣେ ଯୁବକ ସମ୍ପର୍କୀୟ ଅଜାଆଈକୁ ହତ୍ୟା କରିଛି । ବୃଦ୍ଧ ଦମ୍ପତି ତୁରୀ ଓରାଂବ (୬୫) ଏବଂ ଆଈ ନାହରି ଦେବୀ (୬୦ ବର୍ଷ) ଙ୍କୁ ବାଡିରେ ପିଟି ପିଟି ହତ୍ୟା କରିଛି ଅଭିଯୁକ୍ତ । ଏହି ଘଟଣା ପରେ ଅଭିଯୁକ୍ତ ନାତି ଇନ୍ଦ୍ରନାଥ ବିଷ୍ଣୁପୁର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି । ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।

ରାତିରେ ଦେଖିଥିବା ସ୍ୱପ୍ନ ପାଇଁ ଅପରାଧି ସାଜିଲା ନାତି

ରାତିରେ ଅଭିଯୁକ୍ତ ଇନ୍ଦ୍ରନାଥ ଏକ ସ୍ୱପ୍ନ ଦେଖିଥିଲା । ଯେଉଁଥିରେ ସେ ଦେଖିଥିଲା- ତା’ର ସମ୍ପର୍କୀୟ ଆଈ-ଅଜା ତାକୁ ଓ ତା’ ପରିବାରକୁ ଯାଦୁବିଦ୍ୟା କରି ଦ୍ୱାରା ହତ୍ୟା କରିବାକୁ ଚାହୁଁଛନ୍ତି । ଆଉ ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ ଚାହୁଁଛନ୍ତି । ସ୍ୱପ୍ନ ଦେଖିବା ପରେ ହିତାହିତ ଜ୍ଞାନ ଭୁଲି ଅପରାଧୀ ପାଲଟିଗଲା ଇନ୍ଦ୍ରନାଥ । ସକାଳ ହେବା ମାତ୍ରେ ନିଜ ଜମିରେ କାମ କରୁଥିବା ‌ଅଜା ତୁରୀଙ୍କୁ ଧରି ନିର୍ଦ୍ଦୟ ଭାବରେ ଠେଙ୍ଗାରେ ବାଡ଼େଇଥିଲା । ଏହି କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ତୁରିଙ୍କ ସ୍ତ୍ରୀ ନାହରି ଦେବୀ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ଇନ୍ଦ୍ରନାଥର ଭୟଙ୍କର ରୂପ ଦେଖି ସେ ସେଠାରୁ ଦଉଡ଼ି ଯାଇ ଘର ଭିତରକୁ ପଶିଯାଇଥିଲେ । ଇନ୍ଦ୍ରନାଥର ରାଗ ସେତିକିରେ ଶାନ୍ତ ହୋଇନଥିଲା । ଘରେ ପଶି ନାହରୀ ଦେବୀଙ୍କୁ ମଧ୍ୟ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା ।

ଅଜାଆଈଙ୍କୁ ହତ୍ୟା କରିବା ପରେ ଇନ୍ଦ୍ରନାଥ ନିଜେ ବିଷ୍ଣୁପୁର ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା । ଦୀର୍ଘ ଦିନ ଧରି ଜମିଜମା ସଂକ୍ରାନ୍ତରେ ଜେଜେବାପା ଏବଂ ନାତିଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ସୂଚନା ମିଳିଛି । ପୋଲିସ ବର୍ତ୍ତମାନ ଅଭିଯୁକ୍ତ ନାତିଙ୍କୁ ପଚରାଉଚରା କରୁଛି । ବିଷ୍ଣୁପୁର ଥାନାର ଦାୟିତ୍ୱରେ ଥିବା କୁନ୍ଦନ କୁମାର କହିଛନ୍ତି , ଜମି ବିବାଦ ଏବଂ ଅନ୍ଧବିଶ୍ୱାସ କାରଣରୁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ଇନ୍ଦ୍ରନାଥଙ୍କୁ ଗିରଫ କରାଯାଇଛି । ପୋଲିସ ସବୁ ଦିଗକୁ ଧ୍ୟାନ ଦେଇ ଛାନଭିନ୍‌ ଆରମ୍ଭ କରିଛି ।