Advertisment

Manappuram Robbery: ମଣପୁରମ୍ ସୁନା-ଟଙ୍କା ଚୋରି ଘଟଣା; ମାଷ୍ଟରମାଇଣ୍ଡ ଜେଲ ଭିତରେ ଥାଇ କରାଇଥିଲା ଡକାୟତି...

ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପୁରମ୍ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି  ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି।

ଅଦ୍ୟତନ ହୋଇଛି
Gold Jewelleries Stolen

Gold Jewelleries Stolen

Advertisment

ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପୁରମ୍ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି  ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି। ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ଅଛି। ସେ ର୍ହିଁ ସମ୍ବଲପୁର ମଣପୁରମ୍ ଅଫିସ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ତାର ଅନ୍ୟ ଜଣେ ମୁଖ୍ୟ ସହଯୋଗୀ ସୁବୋଧ ସିଂ, କୋଲକତାର  ପ୍ରେସିଡେନ୍ସି ଜେଲରେ ଅଛି। ଜେଲ ଭିତରୁ ଥାଇ ବି ଉଭୟେ ନିଜର କ୍ରାଇମ ନେଟୱାର୍କ ଜରିଆରେ, ଦେଶର ବିଭିନ୍ନ ସ୍ଥାନରେ ଅନୁରୁପ ଢଙ୍ଗରେ ସୁନା ଓ ଟଙ୍କା ଲୁଟ କରୁଛନ୍ତି ।

Advertisment

ସମ୍ବଲପୁର ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ସମେତ ୮ ଜଣ ପାଟନା ପାଇଛନ୍ତି । ପାଟନାର ଅତିରିକ୍ତ ସେସନ୍ସ କୋର୍ଟରୁ ମିଳିଥିବା ରିମାଣ୍ଡ ଅନୁମତି ଆଧାରରେ ପୋଲିସ ପଲ୍ଲୁ ସିଂକୁ ୧୦ ଦିନିଆ ରିମାଣ୍ଡରେ ଆଣୁଛି ।  ପ୍ରଥମେ ଅଭିଯୁକ୍ତ ପଲ୍ଲୁକୁ ସେହି କୋର୍ଟରେ ହାଜର କରାଯାଇ ଅନ୍ୟାନ୍ୟ ଆଇନଗତ ଔପଚାରିକତା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ବଲପୁର ଅଣାଯିବ । 

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Advertisment

ରିମାଣ୍ଡ ସମୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଲୁଟ କରିଥିବା ୨୮ କେଜି ସୁନା କେଉଁଠି ଅଛି ତାହାକୁ ବାହାର କରିବାକୁ ଚେଷ୍ଟା କରିବ ପୋଲିସ l ଏହା ମଧ୍ୟରେ ସେହି ଡକାୟତି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। 

ଏପଟରେ ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା। ମିଳିବ ତ ବନ୍ଧକ ସୁନା ? ଯଦି ନମିଳେ କ’ଣ କରିବେ ? ଆଶା ଆଶଙ୍କାରେ ଗ୍ରାହକ। ଜଣେ ଗ୍ରାହକ ସୁଜିତ ଦାଶ ଝିଅ ବାହାଘର ଆସନ୍ତା ଫେବ୍ରୁଆରୀ ୭ ତାରିଖ।ନିମନ୍ତ୍ରଣ କାର୍ଡ ବଣ୍ଟାଚାଲିଛନ୍ତି । ବ୍ୟାଗରେ ବାହାଘର କାର୍ଡ ଧରି ପରିବାର ଲୋକଙ୍କ ସହ ବୁଢ଼ାରଜାସ୍ଥିତ ମଣପୁରମ୍ ଅଫିସକୁ ଆସିଥିଲେ ସୁଜିତ। ନିମନ୍ତ୍ରଣ ଦେବାକୁ ନୁହଁ, ବରଂ ବନ୍ଧକ ଥିବା ସୁନା ଅଳଙ୍କାର ମୁକୁଳାଇବାକୁ। କାରଣ ସୁନା ଦର ଆକାଶଛୁଆଁ ଥିବାବେଳେ ଆଉ ସୁନା କିଣିବାର ସାମର୍ଥ୍ୟ ନାହିଁ। ତେଣୁ ୩ ଲକ୍ଷ ଟଙ୍କାରେ ବନ୍ଧକ ଥିବା ସୁନାକୁ ଏବେ ମୁକୁଳାଇ ଝିଅ ବିଦା କରିବେ। କିନ୍ତୁ, ଦୁର୍ଭାଗ୍ୟ ସଂସ୍ଥାରେ ଦୁର୍ବୃତ୍ତମାନେ କଳା କନା ବୁଲାଇଦେଇଥିବାରୁ ତାଙ୍କର ଅକଲଗୁଡୁମ୍ ଅବସ୍ଥା। ସୁଜିତଙ୍କ ଭଳି ଏମିତି ଅନେକ ବନ୍ଧକ ସୁନା ଫେରାଇ ନେବା ପାଇଁ ଚାହୁଁଥିଲେ ବି ଏବେ ପାଇଁ ସମ୍ଭବ ହୋଇପାରୁନି। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଗ୍ରାହକ। 

Advertisment

ଅଧିକ ପଢ଼ନ୍ତୁ: ATMରେ ବେଧଡ଼କ ପଶୁଛନ୍ତି ଲୁଟେରା; ରାଜ୍ୟବ୍ୟାପି ଲୁଟ୍ ହେଲାଣି କୋଟି କୋଟି ଟଙ୍କା...

Gold Crime News Gold Jewelleries
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ